କୁକୁଡାଖଣ୍ଡି ଗ୍ୟାଙ୍ଗ ହିଂସା ଘଟଣାରେ ବ୍ରହ୍ମପୁର ପୋଲିସର ଧରପଗଡ : ଆଉ ୩ ଗିରଫ, ୨ ଜୀବନ୍ତ ବୋମା ଜବତ
ଗଞ୍ଜାମ, ୧୮ ସେପ୍ଟେମ୍ବର (ହି.ସ.)- କୁକୁଡାଖଣ୍ଡି ବୋମାମାଡ ଓ ଗ୍ୟାଙ୍ଗ ହିଂସା ଘଟଣାରେ ବି. ସଦର ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ ଜଣ ନାବାଳକଙ୍କୁ ଅଟକ ରଖିଛି। ଜଣେ ଅଭିଯୁକ୍ତ ନିକଟରୁ ୨ଟି ଜୀବନ୍ତ ବୋମା ଜବତ ହୋଇଛି। ବି. ସଦର ଥାନା କେସ ନଂ ୫୮୫/
Qert


ଗଞ୍ଜାମ, ୧୮ ସେପ୍ଟେମ୍ବର (ହି.ସ.)- କୁକୁଡାଖଣ୍ଡି ବୋମାମାଡ ଓ ଗ୍ୟାଙ୍ଗ ହିଂସା ଘଟଣାରେ ବି. ସଦର ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨ ଜଣ ନାବାଳକଙ୍କୁ ଅଟକ ରଖିଛି। ଜଣେ ଅଭିଯୁକ୍ତ ନିକଟରୁ ୨ଟି ଜୀବନ୍ତ ବୋମା ଜବତ ହୋଇଛି। ବି. ସଦର ଥାନା କେସ ନଂ ୫୮୫/୨୦୨୬। ଗତ ୧୪.୦୯.୨୦୨୬ ସନ୍ଧ୍ୟା ପ୍ରାୟ ୫ଟା ବେଳେ କିଛି ଅସାମାଜିକ ଯୁବକ ଖଣ୍ଡା, କାତି ଭଳି ମାରଣାସ୍ତ୍ର ଧରି କୁକୁଡାଖଣ୍ଡି ବାଉରୀ ସାହିରେ ପଶି ଆତଙ୍କ ଖେଳାଇଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୧୬.୦୯.୨୦୨୬ ରେ ଗିରଫ କରାଯାଇଥିଲା। ପରେ ଆଜି (୧୮.୦୯.୨୦୨୬) ପୋଲିସ ଆଉ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଙ୍ଗାଧର ମହାନ୍ତି ଓରଫ ଗଙ୍ଗା (୨୨) ପିତା ରାଜେନ୍ଦ୍ର ମହାନ୍ତି, ଗ୍ରାମ- କାଳୁଆସାହି, କୁକୁଡାଖଣ୍ଡି। ବିକାଶ ପାତ୍ର (୨୫) ପିତା ରବୀନ୍ଦ୍ର ପାତ୍ର, ଗ୍ରାମ- କାଳୁଆସାହି, କୁକୁଡାଖଣ୍ଡି। ଶୁଭମ କୁମାର ସାହୁ (୧୯) ପିତା ସୁଶାନ୍ତ କୁମାର ସାହୁ, ଗ୍ରାମ- ବାଲକୃଷ୍ଣପୁର। ଏହା ସହ ୧୬ ଓ ୧୭ ବର୍ଷ ବୟସର ୨ ଜଣ ନାବାଳକଙ୍କୁ ମଧ୍ୟ ଅଟକ ରଖାଯାଇଛି। ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳକ ଦୁଇ ଜଣଙ୍କୁ ଜୁଭେନାଲକୋର୍ଟ( ବ୍ରହ୍ମପୁର)ରେ ହାଜର କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande