ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଅଣ୍ଡା ମାଡ଼
ସୁବର୍ଣ୍ଣପୁର, ୧୮ ସେପ୍ଟେମ୍ବର(ହି.ସ.) – ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଅଣ୍ଡା ମାଡ଼ ଘଟଣା ସାମ୍ନାକୁ ଆସିଛି। ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଙ୍କ ଗଡ କୁହାଯାଉଥିବା ତରଭା ସହରରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଆସ୍ତେ ଆସ୍ତେ ବିଜେଡିର ହେଭୀ ୱେଟ୍ ନେତା ଶ୍ରୀ ପୂଜାରୀ ଜନ ଆ
ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଅଣ୍ଡା ମାଡ଼


ସୁବର୍ଣ୍ଣପୁର, ୧୮ ସେପ୍ଟେମ୍ବର(ହି.ସ.) – ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଅଣ୍ଡା ମାଡ଼ ଘଟଣା ସାମ୍ନାକୁ ଆସିଛି। ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଙ୍କ ଗଡ କୁହାଯାଉଥିବା ତରଭା ସହରରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଆସ୍ତେ ଆସ୍ତେ ବିଜେଡିର ହେଭୀ ୱେଟ୍ ନେତା ଶ୍ରୀ ପୂଜାରୀ ଜନ ଆକ୍ରୋଶର ଶିକାର ହେବାର ଚର୍ଚ୍ଚା ହେଉଛି। ତେବେ କିଏ ଅଣ୍ଡା ମାଡ଼ କରିଛି ତାହା ସ୍ପଷ୍ଟ ହୋଇନାହିଁ। ଆଜି ସେ ନିଜ ନିର୍ବାଚନ ମଣ୍ଡଳୀ ତରଭା ଗସ୍ତରେ ଥିବାବେଳେ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ ସୋନପୁର ବିଧାୟକ ଶ୍ରୀ ପୂଜାରୀ ତରଭା ବ୍ଲକର ରାଣୀସର୍ଡା, ଅର୍ଡ଼ା ଓ ଦେଉଲପଦର୍ ଆଦି ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ କମସରା ଗ୍ରାମକୁ ଯାଇ ଫେରିବା ବାଟରେ ତରଭା ସହର ବ୍ରିଜ୍ ଛକ ନିକଟରେ କିଛି ଯୁବକ ଅଣ୍ଡା ମାଡ଼ କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ରାଜନୈତିକ ମହଲରେ ନାନା ପ୍ରକାର କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି। ତେବେ ଏନେଇ ତରଭା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ଡୋଳାମଣି ନାଏକ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande