ଆରଏସଏସ ମୁଖ୍ୟ ମୋହନ ଭାଗବତ ଉଜ୍ଜୈନରେ ଯୁବ ଧର୍ମ ସଂସଦ ୨୦୨୬ର କଲେ ଶୁଭାରମ୍ଭ
ଉଜ୍ଜୈନ, ୧୮ ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର.ଏସ.ଏସ.) ର ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଶୁକ୍ରବାର ଦିନ ଉଜ୍ଜୈନରେ ରହିବାର ଦ୍ୱିତୀୟ ଦିନରେ ଗୀତା ଭବନରେ ଆୟୋଜିତ ଯୁବ ଧର୍ମ ସଂସଦ-୨୦୨୬ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ କରି ସେ ଏହି କାର୍ଯ୍ୟକ୍ର
ଆରଏସଏସ ମୁଖ୍ୟ ମୋହନ ଭାଗବତ ଉଜ୍ଜୈନରେ ଯୁବ ଧର୍ମ ସଂସଦ ୨୦୨୬ର ଶୁଭାରମ୍ଭ କଲେ


ଉଜ୍ଜୈନ, ୧୮ ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର.ଏସ.ଏସ.) ର ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଶୁକ୍ରବାର ଦିନ ଉଜ୍ଜୈନରେ ରହିବାର ଦ୍ୱିତୀୟ ଦିନରେ ଗୀତା ଭବନରେ ଆୟୋଜିତ ଯୁବ ଧର୍ମ ସଂସଦ-୨୦୨୬ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ କରି ସେ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଗୀତିକାର ମନୋଜ ମୁନ୍ତସିର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦୋଇଛନ୍ତି ।

୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆଚାର୍ଯ୍ୟ ମିଥିଲଶାନନ୍ଦିନୀଶରଣଜୀ ମହାରାଜ, ପୀଠାଧୀଶ୍ୱର ଏବଂ ସିଦ୍ଧପୀଠ ହନୁମତ୍ ନିବାସ ଅଯୋଧ୍ୟାର ପୃଷ୍ଠପୋଷକଙ୍କ ତତ୍ୱାବଧାନରେ ସେବାୟାଗ୍ୟ ସଂସ୍ଥାନମ୍ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସାରା ଦେଶରୁ ପ୍ରାୟ ୧,୭୦୦ ଯୁବ ଛାତ୍ରଛାତ୍ରୀ ଆସିଛନ୍ତି । ଦ୍ୱିତୀୟ ଦିନରେ ପ୍ରାୟ ୩୦୦ ବିଦ୍ୱାନ, ଶିକ୍ଷକ, ଗବେଷକ ଏବଂ ଧର୍ମାଚାର୍ଯ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ସେପ୍ଟେମ୍ବର ୧୯ ତାରିଖରେ ଉଦ୍ଯାପନୀ ଅଧିବେଶନରେ ଯୋଗଦେବେ ।

ଦ୍ୱିତୀୟ ଦିନରେ, ଶୁକ୍ରବାର ସକାଳ ୧୦ଟାରେ, ସରସଂଘଚାଳକ ଡଃ. ଭାଗବତ ଆନୁଷ୍ଠାନିକ ଭାବେ ଯୁବ ଧର୍ମ ସଂସଦକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଥିଲେ, ଯେତେବେଳେ ମୁଁ 'ଯୁବ ଧର୍ମ ସଂସଦ ବିଷୟରେ ଶୁଣିଲି, ସେତେବେଳେ ଯୁବକମାନେ ଧର୍ମ ବିଷୟରେ ଚିନ୍ତା କରୁଥିବାରୁ ମୁଁ ଖୁସି ଅନୁଭବ କଲି । ଏଭଳି କଥା ଆଜିକାଲି କ୍ୱଚିତ୍ ଶୁଣିବାକୁ ମିଳୁଛି । ଯେତେବେଳେ ବି ଧର୍ମ ବିଷୟରେ କଥାବାର୍ତା ହୁଏ, ଲୋକମାନେ କୁହନ୍ତି ଏହା ବାର୍ଦ୍ଧକ୍ୟର କଥା ।

ସେ କହିଥିଲେ ଯେ, ଗୀତା ଏବଂ ରାମାୟଣକୁ ଅବସର ଗ୍ରହଣ ପରେ ପଢ଼ିବାକୁ ଥିବା ପୁସ୍ତକ ଭାବେ ବିବେଚନା କରାଯାଏ, କିନ୍ତୁ ବାସ୍ତବରେ ତାହା ନୁହେଁ । ଧର୍ମ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଦ୍ୟମାନ ଏବଂ ସବୁକିଛି ଏହା ଅନୁଯାୟୀ ଚାଲିଥାଏ । ଆପଣ ଏହାକୁ ବିଶ୍ୱାସ କରନ୍ତୁ କି ନକରନ୍ତୁ, କିଛି ଜିନିଷ ନିୟମ ଅନୁସାରେ ହୋଇଥାଏ ।

ସଂଘ ମୁଖ୍ୟ କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି ଅହଙ୍କାର ସହିତ କାର୍ଯ୍ୟ କରନ୍ତି ଏବଂ ଭାବନ୍ତି ଯେ ସବୁକିଛି ତାଙ୍କ ନିୟନ୍ତ୍ରଣରେ ଅଛି ଏବଂ ତାଙ୍କ ଇଚ୍ଛାରେ କରାଯିବା ଉଚିତ୍, ସେତେବେଳେ ତାଙ୍କର ଏକ ଭୁଲ୍ ବୁଝାମଣା ମନରେ ଆସିଥାଏ ଯେ, ଜିନିଷଗୁଡିକ ସେ ଯେପରି ଚାହାଁନ୍ତି ସେପରି ଘଟିବ । କିନ୍ତୁ ବାସ୍ତବ କ୍ଷେତ୍ରରେ ଏପରି ହେଉନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande