ମହାରାଷ୍ଟ୍ରରେ ମୁକୁଟବନ-ଗଡଚାନ୍ଦୁର ନୂଆ ରେଳ ଲାଇନକୁ ମଞ୍ଜୁରୀ,୪୯୩ କୋଟି ଟଙ୍କା ହେବ ଖର୍ଚ୍ଚ
ନୂଆଦିଲ୍ଲୀ, ୧୮ ସେପ୍େଟମ୍ବର (ହି.ସ.)- ଭାରତୀୟ ରେଳ ମହାରାଷ୍ଟ୍ରରେ ମୁକୁଟବନ (ଆଦିଲାବାଦ) ଏବଂ ଗଡଚାନ୍ଦୁର ମଧ୍ୟରେ ୩୮.୨୧ କିଲୋମିଟର ଲମ୍ବା ନୂଆ ରେଳ ଲାଇନ ବିଛାଇବା ପ୍ରକଳ୍ପକୁ ଶୁକ୍ରବାର ମଞ୍ଜୁରୀ ଦେଇଛି। ୪୯୩ କୋଟି ଟଙ୍କା ବ୍ୟୟର ଏହି ପ୍ରକଳ୍ପ ଦ୍ୱାରା ଅଂଚଳରେ ରେଳ ସଂଯୋଗ ମଜବୁତ ହେବା ସହିତ
ମହାରାଷ୍ଟ୍ରରେ ମୁକୁଟବନ-ଗଡଚାନ୍ଦୁର ନୂଆ ରେଳ ଲାଇନକୁ ମଞ୍ଜୁରୀ,୪୯୩ କୋଟି ଟଙ୍କା ହେବ ଖର୍ଚ୍ଚ


ନୂଆଦିଲ୍ଲୀ, ୧୮ ସେପ୍େଟମ୍ବର (ହି.ସ.)- ଭାରତୀୟ ରେଳ ମହାରାଷ୍ଟ୍ରରେ ମୁକୁଟବନ (ଆଦିଲାବାଦ) ଏବଂ ଗଡଚାନ୍ଦୁର ମଧ୍ୟରେ ୩୮.୨୧ କିଲୋମିଟର ଲମ୍ବା ନୂଆ ରେଳ ଲାଇନ ବିଛାଇବା ପ୍ରକଳ୍ପକୁ ଶୁକ୍ରବାର ମଞ୍ଜୁରୀ ଦେଇଛି। ୪୯୩ କୋଟି ଟଙ୍କା ବ୍ୟୟର ଏହି ପ୍ରକଳ୍ପ ଦ୍ୱାରା ଅଂଚଳରେ ରେଳ ସଂଯୋଗ ମଜବୁତ ହେବା ସହିତ ଶିଳ୍ପ ଏବଂ ଖଣି ଅଂଚଳରୁ ମାଲ ପରିବହନକୁ ଗତି ମିଳିବ ବୋଲି ଆଶା କରାଯାଉଛି।

ରେଳ ମନ୍ତ୍ରଣାଳୟ ଅନୁଯାୟୀ, ମୁକୁଟବନ ଏବଂ ଗଡଚାନ୍ଦୁର ଅଂଚଳ ସିମେଂଟ ଶିଳ୍ପ, ୱେଷ୍ଟର୍ନ କୋଲଫିଲ୍ଡସ ଲିମିଟେଡର କୋଇଲା ଖଣି ଏବଂ ଚୂନପଥର ଖଣି ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର। ନୂଆ ରେଳ ଲାଇନ ଦ୍ୱାରା ଏହି ଶିଳ୍ପ ଏବଂ ଖଣି ଅଂଚଳଗୁଡ଼ିକର ରେଳ ସଂଯୋଗ ବ୍ୟବସ୍ଥା ଉନ୍ନତ ହେବ ଏବଂ ମାଲ ପରିବହନ ଅଧିକ ସୁଗମ ହୋଇପାରିବ।

ମନ୍ତ୍ରଣାଳୟ କହିଛି ଯେ ନୂଆ ଲାଇନ ବର୍ତମାନର ମାର୍ଗ ତୁଳନାରେ ଛୋଟ ଏବଂ ଅଧିକ ପ୍ରଭାବଶାଳୀ ରେଳ ମାର୍ଗ ଉପଲବ୍ଧ କରାଇବ। ଏହା ଦ୍ୱାରା ପରିବହନ ଦୂରତା, ସମୟ ଏବଂ ଖର୍ଚ୍ଚରେ ହ୍ରାସ ହେବ। ଏହା ସହିତ ଏହା ୱର୍ଧା-ମାଣିକଗଡ଼ ରେଳଖଣ୍ଡ ପାଇଁ ବିକଳ୍ପ ମାର୍ଗ ଭାବେ କାମ କରିବ, ଯାହା ଦ୍ୱାରା ଏହି ମାର୍ଗ ଉପରେ ଚାପ କମାଇବାରେ ସହାୟତା ମିଳିବ।

ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଅନୁଯାୟୀ, ରେଳ ଲାଇନ ଆରମ୍ଭ ହେବା ପରେ ବାର୍ଷିକ ୬.୦୮ ମିଲିୟନ ଟନ ମାଲ ପରିବହନ କ୍ଷମତା ବିକଶିତ ହେବ। ଏହା ବ୍ୟତୀତ ଉଭୟ ଦିଗରେ ପ୍ରତିଦିନ ଦୁଇ-ଦୁଇଟି ମେମୁ ଟ୍ରେନ ଚଳାଇବାର ସୁବିଧା ମଧ୍ୟ ଉପଲବ୍ଧ ହେବ।

-------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande