ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ୨୦୦୮ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ନୂତନ ବହି ଫେରସ୍ତ ଦାବି ନେଇ ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ କାଳରେ ନବନିର୍ମାଣ ଯୁବଛାତ୍ର ସଂଗଠନ,
NABA NIRMAN YUVA CHATRA SANGATHAN


ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ୨୦୦୮ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ନୂତନ ବହି ଫେରସ୍ତ ଦାବି ନେଇ ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ କାଳରେ ନବନିର୍ମାଣ ଯୁବଛାତ୍ର ସଂଗଠନ, ଅଭିଭାବକ ସଂଘ ଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜାହିର ଖାନ୍ ଓ ତ୍ରିଲୋଚନ ପଣ୍ଡା ଉପସ୍ଥିତ ଥିଲେ। ଏମାନଙ୍କର ଅଭିଯୋଗ ହେଲା ସେମାନଙ୍କ ସଂଗଠନ ଦୀର୍ଘ ୧୬ ବର୍ଷ ଗଣତାନ୍ତ୍ରିକ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଚାଷ ଓ ଚାଷୀର ବିକାଶ, ମହିଳାଙ୍କ ସୁରକ୍ଷା, ନିଶାମୁକ୍ତି ଅଭିଯାନ ଜରିଆରେ ଜନସାଧାରଣଙ୍କ ହିତ ସାଧନ କରିଆସୁଛନ୍ତି। ଚଳିତବର୍ଷ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ବହି ଛାପିଥିବା ୫୫ଟି ଟେଷ୍ଟବୁକ୍ରେ ସରକାରୀ ତଥ୍ୟ ଅନୁସାରେ ୧୬୭୮ ଟି ଭୁଲ୍ ପରିଲକ୍ଷିତ ହୋଇଛି। ଯାହା କେବଳ ମୁଦ୍ରଣ ତ୍ରୁଟି ନୁହେଁ, ଏଥିରେ ରାଜନୈତିକ, ଐତିହାସିକ ଓ ଭୋଗୌଳିକ ଗୁଡିକର ବହୁ ତ୍ରୁଟି ଦେଖାଦେଇଛି। ଯେଉଁଗୁଡିକ ସରଳ ଶିଶୁର ମସ୍ତିଷ୍କକୁ ପ୍ରଭାବିତ କରିବ। ଏହି ତ୍ରୁଟିଗୁଡିକୁ ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଥିଲେ ମଧ୍ୟ ପିଲାମାନଙ୍କୁ ଏପର୍ଯ୍ୟନ୍ତ ତ୍ରୁଟିମୁକ୍ତ ପୁସ୍ତକ ଯୋଗାଇ ଦିଆଯାଇନାହିଁ। ଏ ଦିଗରେ ବହି ଲେଖନ ପ୍ରସ୍ତୁତି ଓ ମୁଦ୍ରଣରେ ସହଯୋଗ କରିଥିବା ବ୍ୟକ୍ତିମାନେ ଯେତିକି ଦାୟୀ ନୁହଁନ୍ତି, ତାହା ଠାରୁ ରାଜ୍ୟ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଅଧିକ ଦାୟୀ । ଏଣୁ ନୈତିକତା ଦୃଷ୍ଟିରୁ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି। ଅପରପକ୍ଷରେ ପିଲାମାନଙ୍କୁ ଶୀଘ୍ର ନୂତନ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇଦେବା ସହ ବିଭାଗୀୟ ମନ୍ତ୍ରୀ ମୁଦ୍ରଣରେ ଖର୍ଚ୍ଚ ହୋଇଥିବା ୩ ଶହ କୋଟି ଟଙ୍କା ଫେରସ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande