
ନୂଆଦିଲ୍ଲୀ, ୧୮ ସେପ୍େଟମ୍ବର (ହି.ସ.)- ଭାରତ ଶୁକ୍ରବାର କହିଛି ଯେ ବାଂଲାଦେଶର ନୂଆ ସରକାର ପୂର୍ବତନ ଆୱାମୀ ଲିଗ ସରକାର ସମୟରେ ଭାରତ ସହ ହୋଇଥିବା ୧୦୧ଟି ଚୁକ୍ତିର ସମୀକ୍ଷା କରୁଥିବା ସମ୍ପର୍କିତ ମିଡିଆ ରିପୋର୍ଟଗୁଡ଼ିକ ବିଷୟରେ ଅବଗତ ଅଛି, କିନ୍ତୁ ଏ ସମ୍ପର୍କରେ ଢାକା ପକ୍ଷରୁ ଭାରତକୁ ସରକାରୀ ଭାବେ କିଛି ଜଣାଯାଇନାହିଁ।
ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ ଦ୍ୱିସାପ୍ତାହିକ ମିଡିଆ ବ୍ରିଫିଂରେ ଏକ ପ୍ରଶ୍ନର ଉତରରେ କହିଛନ୍ତି, “ଆମେ ମଧ୍ୟ ଏହି ମାମଲା ସହ ସମ୍ପର୍କିତ କିଛି ମିଡିଆ ରିପୋର୍ଟ ଦେଖିଛୁ, କିନ୍ତୁ ଆମକୁ ସରକାରୀ ଭାବେ କିଛି ଜଣାଯାଇନାହିଁ।”
ସେ କହିଛନ୍ତି, “ସ୍ପଷ୍ଟ ଭାବେ ଭାରତ ନିଜ ସ୍ୱାର୍ଥର ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ