ଛତାମଖନାରେ ନୂଆଁଖାଇ ଭେଟଘାଟ : ନୂଆଁଖାଇ ମାଧ୍ୟମରେ ସମାଜରେ ଥିବା କୁସଂସ୍କାର, ଅସ୍ପୃଶ୍ୟତାକୁ ଦୂର କରିବା- ନରସିଂହ
ବଲାଙ୍ଗିର, ୧୮ ସେପ୍ଟେମ୍ବର (ହି.ସ.)- ନୂଆଁଖାଇ ତିହାର କେବଳ ପଶ୍ଚିମାଂଚଳ ନୁହେଁ ବର୍ତ୍ତମାନ ଆମ ଦେଶ ସୀମା ପାର କରି ବିଶ୍ୱ ସ୍ତରରେ ପହଂଚିଛି । ଆମେ ଅନେକ ହର୍ଷ ଉଲ୍ଲାସରେ ନୂଆଁଖାଇ ପାଳନ କରିସାରିଛୁ । ବର୍ତ୍ତମାନ ଜୁହାର ଭେଟର ସମୟ । ଏହି ପର୍ବ ନିଶ୍ଚିତ ଭାବରେ ଆମ ଭିତରେ ଏକତା ଭାଇଚାରା ସୃଷ୍ଟି
ଛତାମଖନାରେ ନୂଆଁଖାଇ ଭେଟଘାଟ ନୂଆଁଖାଇ ମାଧ୍ୟମରେ ସମାଜରେ ଥିବା କୁସଂସ୍କାର, ଅସ୍ପୃଶ୍ୟତା କୁ ଦୂର କରିବା-ନରସିଂହ


ଛତାମଖନାରେ ନୂଆଁଖାଇ ଭେଟଘାଟ ନୂଆଁଖାଇ ମାଧ୍ୟମରେ ସମାଜରେ ଥିବା କୁସଂସ୍କାର, ଅସ୍ପୃଶ୍ୟତା କୁ ଦୂର କରିବା-ନରସିଂହ


ବଲାଙ୍ଗିର, ୧୮ ସେପ୍ଟେମ୍ବର (ହି.ସ.)- ନୂଆଁଖାଇ ତିହାର କେବଳ ପଶ୍ଚିମାଂଚଳ ନୁହେଁ ବର୍ତ୍ତମାନ ଆମ ଦେଶ ସୀମା ପାର କରି ବିଶ୍ୱ ସ୍ତରରେ ପହଂଚିଛି । ଆମେ ଅନେକ ହର୍ଷ ଉଲ୍ଲାସରେ ନୂଆଁଖାଇ ପାଳନ କରିସାରିଛୁ । ବର୍ତ୍ତମାନ ଜୁହାର ଭେଟର ସମୟ । ଏହି ପର୍ବ ନିଶ୍ଚିତ ଭାବରେ ଆମ ଭିତରେ ଏକତା ଭାଇଚାରା ସୃଷ୍ଟି କରେ କିନ୍ତୁ ଆଜିର ଅଧୁନିକ ସମାଜ ନୂଆଁଖାଇ ତିହାରକୁ ଏପରି ସୁନ୍ଦର ଢଙ୍ଗରେ ପାଳନ କରୁଛି ଯେ, ଆଗାମୀ ଦିନରେ ଏହି ତିହାର ମାଧ୍ୟମରେ ନିଶ୍ଚିତ ଭାବରେ ଆମେ ସମାଜରେ ଥିବା କୁସଂସ୍କାର, ଅସ୍ପୃଶ୍ୟତା ତଥା ଅରାଜକତାକୁ ଦୂର କରିପାରିବା ବୋଲି ନିଜ ପୈତୃକ ଗ୍ରାମ ଛତାମଖନା ଠାରେ ଅନୁଷ୍ଠିତ ନୂଆଁଖାଇ ପର୍ବ ପରବର୍ତ୍ତି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଛତାମଖନାର ଆମ୍ବେଦକର କ୍ଲବ ଆନୁକୁଲ୍ୟରେ ଆୟୋଜିତ ଏହି ନୂଆଁଖାଇ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଛତାମଖନା ଏକ ଆଦର୍ଶ ଗ୍ରାମ ଅଟେ । ଆମ ପୂର୍ବ ସୁରିମାନେ ଏହି ଗ୍ରାମରେ କିପରି ଲୋକେ ଉତ୍ତମ ଶିକ୍ଷା ଲାଭ କରିବେ ସେ ଉପରେ ସବୁବେଳେ ଚେଷ୍ଟା କରିଛନ୍ତି । ଛତାମଖନା ଗ୍ରାମର ଅବଦାନ ଅନେକ । ଏହି ଗାଁ ଦେଶର ସମ୍ବିଧାନ ପ୍ରଣେତା ସଭାର ସଭ୍ୟ ଯୁଧିଷ୍ଟିର ମିଶ୍ରଙ୍କୁ ଜନ୍ମ ଦେଇଛି । ଏହି ଗାଁ ରାଜ୍ୟକୁ ଆଇନମନ୍ତ୍ରୀ ତଥା ଜାତୀୟ ଆଇନ କମିଶନ ସଦସ୍ୟ ଦେଇଛି । ତା' ସହ ଝାରଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ମଧ୍ୟ ଏହି ଗାଁ ର । ତେଣୁ ଛତାମଖନା ଅବଦାନ କେହି ଭୁଲିଯିବା କଥା ନୁହେଁ । ସେହି କ୍ରମକୁ ବଜାୟ ରଖିବାକୁ ହେଲେ ଆମର ଛୁଆମାନେ ଶିକ୍ଷା ପ୍ରତି ଧ୍ୟାନ ଦେବା କଥା । ଆମ ଭିତରେ ଥିବା କୁସଂସ୍କାର, ଅସ୍ପୃଶ୍ୟତା କୁ ଦୂର କରି ଭାଇଚାରା ଓ ଏକତା ସୃଷ୍ଟି କରିବା କଥା ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏହି ଅବସରରେ ଗାଁ ର ଛୋଟ ଛୋଟ ଛୁଆମାନଙ୍କ ଦ୍ୱାରା ଛତାମଖନା ଗାଁ ର ନାମକରଣକୁ ନେଇଥିବା ଲୋକକଥା ଉପରେ ଏକ କ୍ଷୁଦ୍ର ନାଟିିକା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୁବନେତା ଶୁଭ୍ରାଂଶୁ ପଣ୍ଡା ଯୋଗ ଦେଇଥିଲେ । ମଂଚ ପରିଚାଳନା ବିରାଟ ହରିପାଲ କରିଥିବା ବେଳେ ହରି ଶିକାଙ୍କ ସଭାପତିତ୍ୱରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ରାଜେଶ ଶିକା, ମନୋରମା, ନାରାୟଣ, ବେଦବ୍ୟାସ, ସୂର୍ଯ୍ୟକାନ୍ତ, ହେମନ୍ତ, ବିରେନ, ଜିତେନ, ଦିଲିପ ବିହାରିଙ୍କ ସମେତ ଆମ୍ବେକର କ୍ଲବର ସମସ୍ତ ସଭ୍ୟ ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande