
ନୂଆଦିଲ୍ଲୀ, ୧୮ ସେପ୍ଟେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ୨୦ତମ ରୋଜଗାର ମେଳା ଅବସରରେ ବିଭିନ୍ନ ସରକାରୀ ସଂସ୍ଥାରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ବଂଟନ କରିବେ। ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିବେ ଏବଂ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବ ନିଯୁକ୍ତ ପ୍ରାର୍ଥୀମାନଙ୍କୁ ସମ୍ବୋଧିତ କରିବେ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ସାରା ଦେଶରେ ୪୫ଟି ସ୍ଥାନରେ ଏହି ନିଯୁକ୍ତି ମେଳାର ଆୟୋଜନ କରାଯିବ। ଏହି ସମୟରେ ଯେଉଁ ଯୁବକମାନଙ୍କୁ ନିଯୁକ୍ତି ଦିଆଯିବ ସେମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଦାୟିତ୍ୱ ଗ୍ରହଣ କରିବେ। ଏଥିରେ ରାଜସ୍ୱ ବିଭାଗ, ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ôଥକ ସେବା ବିଭାଗ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଭୁକ୍ତ।
ସରକାରଙ୍କ କହିବା ଅନୁଯାୟୀ, ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କୁ ଦେଶର ବିକାଶରେ ଅଧିକ ଅଂଶଗ୍ରହଣ କରିବାର ସୁଯୋଗ ଦେବା ଦିଗରେ ନିରନ୍ତର ପ୍ରୟାସର ଏକ ଅଂଶ ହେଉଛି ଏହି ନିଯୁକ୍ତି ମେଳା।
୨୦ତମ ନିଯୁକ୍ତି ମେଳା ସହିତ, ଏପର୍ଯ୍ୟନ୍ତ ପ୍ରାୟ ୧୨.୭୫ ଲକ୍ଷ ଯୁବକମାନଙ୍କୁ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନିଯୁକ୍ତି ପତ୍ର ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି