
ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ଆୟୋଜିତ ‘ସେବା ସଂକଳ୍ପ ଅଭିଯାନ’ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ପନ୍ନ ହୋଇଛି। ଏହି ଅବସରରେ ଭଦ୍ରକର କଳ୍ପନାଦେବୀ ଜରାଶ୍ରମ ଓ ଗାନ୍ଧୀ ଓଡିଶା ବାଳାଶ୍ରମର ଅନ୍ତେବାସୀଙ୍କୁ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ କୁମାର ଦତ, ଡାକ୍ତର ହରେକୃଷ୍ଣ ନାୟକ ଓ ସମାଜସେବୀ ଅଶୋକ କୁମାର ଦାସଙ୍କ ଉପସ୍ଥିତିରେ ଫଳ ବଂଟନ କରିଥିଲେ। ସନ୍ଧ୍ୟାରେ ବିଧାୟକ ଶ୍ରୀ ମହାପାତ୍ର ଅଭିଯାନର ଅଂଶ ଭାବେ ଦୀପ ପ୍ରଦାନ ପୂର୍ବକ ସେବା, ସମର୍ପଣ ଓ ସାମାଜିକ ସହଭାଗିତାର ବାର୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସ୍ଥାନୀୟ ଲୋକମାନେ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ