ସେମିକନ ଇଣ୍ଡିଆରେ ଏନଆଇଟି ରାଉରକେଲା ଦ୍ୱାରା ବିକଶିତ ସ୍ୱଦେଶୀ ଚିପ୍ ଡିଜାଇନ୍ଗୁଡ଼ିକୁସ୍ଥାନ ମିଳିବା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ- କେଭି ସିଂହଦେଓ
ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)- ସେମିକନ ଇଣ୍ଡିଆରେ ଏନଆଇଟି ରାଉରକେଲା ଦ୍ୱାରା ବିକଶିତ ସ୍ୱଦେଶୀ ଚିପ୍ ଡିଜାଇନ୍ଗୁଡ଼ିକୁସ୍ଥାନ ମିଳିବା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ଏନେଇ ସୋସିଆଲ ମିଡିଆ
ଆଇଆଇଟି


ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)- ସେମିକନ ଇଣ୍ଡିଆରେ

ଏନଆଇଟି ରାଉରକେଲା ଦ୍ୱାରା ବିକଶିତ ସ୍ୱଦେଶୀ ଚିପ୍ ଡିଜାଇନ୍ଗୁଡ଼ିକୁସ୍ଥାନ ମିଳିବା ଓଡ଼ିଶା

ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ସେମିକନ ଇଣ୍ଡିଆରେ ଏନଆଇଟି ରାଉରକେଲା ଦ୍ୱାରା ବିକଶିତ

ସ୍ୱଦେଶୀ ଚିପ୍ ଡିଜାଇନ୍ଗୁଡ଼ିକୁ ଜାତୀୟସ୍ତରରେ ସ୍ଥାନ ମିଳିବା ଓଡ଼ିଶା ପାଇଁ ଏକ ଗର୍ବର

ମୁହୂର୍ତ୍ତ। ଆମ ଯୁବ ଗବେଷକମାନଙ୍କର ଏହି ସଫଳତା ମନେ ପକାଇ ଦେଉଛି ଯେ, ଭାରତର ବୈଷୟିକ ଯାତ୍ରାରେ ଓଡ଼ିଶାର ଅବଦାନ ଏହାର

ସୀମା ସରହଦ୍ଦ ଠାରୁ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପ୍ତ।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ

ବୈଷ୍ଣବ ଜୀଙ୍କ ମାର୍ଗଦର୍ଶନରେ ଭାରତ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସେମିକଣ୍ଡକ୍ଟର

ପ୍ରଯୁକ୍ତିର ଡିଜାଇନ୍, ବିକାଶ ଓ

ଉତ୍ପାଦନ କରିବାର କ୍ଷମତା ଗଢ଼ି ତୋଳୁଛି।

ଗବେଷକ, ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ଏନଆଇଟି ରାଉରକେଲା ପରିବାରର

ସମସ୍ତ ସଦସ୍ୟଙ୍କୁ ମୋର ହୃଦୟରୁ ଅଭିନନ୍ଦନ। ସେମାନଙ୍କର ଏହି କାର୍ଯ୍ୟ ଭାରତର ବୈଷୟିକ ପ୍ରଗତି

ଓ ଆତ୍ମନିର୍ଭରତାରେ ଓଡ଼ିଶାର ବଢ଼ୁଥିବା ଅବଦାନର ଗୌରବମୟ ଅଧ୍ୟାୟରେ ଆଉ ଏକ ନୂଆ ପୃଷ୍ଠା

ଯୋଡ଼ିଛି ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande