ସଫେଇ କର୍ମଚାରୀ ସଂଘ ପକ୍ଷରୁ ସମାଜସେବୀଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, ୧୮ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ପୌରପାଳିକା ମା’ ମଙ୍ଗଳା ସଫେଇ କର୍ମଚାରୀ ସଂଘ ପକ୍ଷରୁ ସମାଜସେବୀ ରଞ୍ଜିତ ସାହୁଙ୍କ୍ୁ ସମ୍ବର୍ଦ୍ଧିତ କରାଯାଇଛି। ସଂଘର ଚେୟାରମ୍ୟାନ ମାନସ ସେଠୀ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଶ୍ରୀ ସାହୁ କହିଥିଲେ ପୌରାଂଚଳରେ ବାସ କର
ସଫେଇ କର୍ମଚାରୀ ସଂଘ ପକ୍ଷରୁ ସମାଜସେବୀଙ୍କୁ ସମ୍ବର୍ଦ୍ଧନା


କେନ୍ଦ୍ରାପଡ଼ା, ୧୮ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ପୌରପାଳିକା ମା’ ମଙ୍ଗଳା ସଫେଇ କର୍ମଚାରୀ ସଂଘ ପକ୍ଷରୁ ସମାଜସେବୀ ରଞ୍ଜିତ ସାହୁଙ୍କ୍ୁ ସମ୍ବର୍ଦ୍ଧିତ କରାଯାଇଛି। ସଂଘର ଚେୟାରମ୍ୟାନ ମାନସ ସେଠୀ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଶ୍ରୀ ସାହୁ କହିଥିଲେ ପୌରାଂଚଳରେ ବାସ କରୁଥିବା ସଫେଇ କର୍ମଚାରୀମାନଙ୍କ ଦ୍ୱାରା ସହର ସଫା ରହୁଛି। ତେଣୁ ସରକାର ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହୋଇ ସେମାନଙ୍କୁ ଘର ଯୋଗାଇ ଦିଅନ୍ତୁ ପୂର୍ବରୁ ସେମାନଙ୍କ ରହିବା ପାଇଁ ଯେଉଁ ଆପାର୍ଟମେଣ୍ଟ ପ୍ରସ୍ତାବ ସରକାର ଦେଇଥିଲେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ଫଳରେ ରାତିଦିନ ପରିଶ୍ରମ କରୁଥିବା ସଫେଇ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ ସମାଜରେ ଭଲରେ ରହିପାରିବେ। ଏହି ଅବସରରେ ସଂଘ ଚେୟାରମ୍ୟାନ ଶ୍ରୀ ସେଠୀ କହିଲେ ପୌରପାଳିକା କର୍ମଚାରୀମାନେ ବହୁ ଦୟନୀୟ ଅବସ୍ଥାରେ ସୁଇପର କଲୋନୀରେ ବସବାସ କରୁଛନ୍ତି ଯେଉଁ କର୍ମଚାରୀମାନେ ସହରକୁ ସ୍ୱଚ୍ଛ ରଖୁଛନ୍ତି ସେମାନେ ଅସ୍ୱଚ୍ଛ ପରିବେଶରେ ବାସ କରୁଛନ୍ତି ତେଣୁ ସରକାର ସେମାନଙ୍କ କଥା ବିଚାର କରିବା ଉଚିତ ବୋଲି ସେ କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ନାୟକ, ପୂର୍ଣ୍ଣ ନାୟକ, ବାବୁ ନାୟକ, ସତୁ ନାୟକ, ସନ୍ଦୀପ ନାୟକ, ଚିଂଟୁ ନାୟକ, ଆନନ୍ଦ ନାୟକ, ବଂଟି ନାୟକ, ରଜ ନାୟକ, ଅନାଦି ନାୟକ, ବାବନ ନାୟକ ପ୍ରମୁଖ ସଂଘ କର୍ମକର୍ତା ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande