ମୁକୁନ୍ଦପୁର ପାଟଣା ପଞ୍ଚାୟତ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ
ଘଟଗାଁ, ୧୮ ସେପ୍ଟେମ୍ବର (ହି.ସ.)- ଘଟଗାଁ ବ୍ଲକ ମୁକୁନ୍ଦପୁର ପାଟଣା ପଞ୍ଚାୟତ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଵଚ୍ଛତା ସେବା ଅଭିଯାନ ଆବଶ୍ୟକତାକୁ ଆଖିଆଗରେ ରଖି ମୁକୁନ୍ଦପୁର ପାଟଣା ପଞ୍ଚାୟତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ନେତୃତ୍ୱରେ ଏବଂ ଘଟଗାଁ ସରକାରୀ
ମୁକୁନ୍ଦପୁର ପାଟଣା ପଞ୍ଚାୟତ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ


ଘଟଗାଁ, ୧୮ ସେପ୍ଟେମ୍ବର (ହି.ସ.)- ଘଟଗାଁ ବ୍ଲକ ମୁକୁନ୍ଦପୁର ପାଟଣା ପଞ୍ଚାୟତ ତରଫରୁ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଵଚ୍ଛତା ସେବା ଅଭିଯାନ ଆବଶ୍ୟକତାକୁ ଆଖିଆଗରେ ରଖି ମୁକୁନ୍ଦପୁର ପାଟଣା ପଞ୍ଚାୟତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ନେତୃତ୍ୱରେ ଏବଂ ଘଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହଭାଗିତାରେ ଏକ ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ, ପଂଚାୟତ ପ୍ରତିନିଧି ଓ କର୍ମଚାରୀ ସାମିଲ ହୋଇ ଲୋକମାନଙ୍କୁ ସଚେତନ କରିଥିଲେ । ପିଲାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ପରେ ପରେ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଶପଥ ପାଠ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ଘଟଗାଁ ସି ଆର ସି ସି କମଳାକାନ୍ତ ପଣ୍ଡା ଉଦ୍ଘାଟନ କରିଥିବା ବେଳେ ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରା, ଶିକ୍ଷକ ମାଗୁଣି ଚରଣ ମାଝୀ, ଶୁଭକାନ୍ତ ସେଠୀ, ଶିକ୍ଷୟିତ୍ରୀ ମାଳତୀ କୁମାରୀ ନାଥ ଶର୍ମା, ଭାରତୀ ମହାନ୍ତି, ରଶ୍ମିତା ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଂଚାୟତ ପି ଇ ଓ ଦୀପ୍ତିରଂଜନ ଦାସ, ଏ ଡି ଓ ସତ୍ୟେନ୍ଦ୍ର କୁମାର, କର୍ମଚାରୀ ଏସ କେ ପର୍ବେଜ୍, ଲିପୁ ବେଜ, ସତ୍ୟରଞ୍ଜନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କୁଇଜ୍ ପ୍ରତିଯୋଗୀତାରେ ସଫଳ ହୋଇଥିବା ତିନି ଜଣ ଛାତ୍ର ଛାତ୍ରୀଙ୍କୁ ପଂଚାୟତ ତରଫରୁ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ପୁରସ୍କୃତ କରିଥଲେ ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande