ସ୍ପାମ୍ କଲ୍, ଅବାଂଛିତ ମେସେଜ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ବଦଳାଇଲା ଟ୍ରାଇ
ନୂଆଦିଲ୍ଲୀ, ୧୮ ସେପ୍ଟେମ୍ବର(ହି.ସ.) – ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ସ୍ପାମ୍ କଲ୍ ଏବଂ ଅବାଂଛିତ ବାଣିଜ୍ୟିକ ବାର୍ତା(ୟୁସିସି)କୁ ରୋକିବା ପାଇଁ ନିୟମରେ ବ୍ୟାପକ ପରିବର୍ତନ କରିଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ(ଏ.ଆଇ.) ଆଧାରିତ ତଦାରଖ, ସ୍ପାମ୍ କଲ୍ କର
ସ୍ପାମ୍ କଲ୍, ଅବାଂଛିତ ମେସେଜ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ବଦଳାଇଲା ଟ୍ରାଇ


ନୂଆଦିଲ୍ଲୀ, ୧୮ ସେପ୍ଟେମ୍ବର(ହି.ସ.) – ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ) ସ୍ପାମ୍ କଲ୍ ଏବଂ ଅବାଂଛିତ ବାଣିଜ୍ୟିକ ବାର୍ତା(ୟୁସିସି)କୁ ରୋକିବା ପାଇଁ ନିୟମରେ ବ୍ୟାପକ ପରିବର୍ତନ କରିଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ(ଏ.ଆଇ.) ଆଧାରିତ ତଦାରଖ, ସ୍ପାମ୍ କଲ୍ କରୁଥିବା ବ୍ୟକ୍ତିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଗ୍ରାହକଙ୍କ ପାଇଁ ଆବେଦନ ବ୍ୟବସ୍ଥା ଏବଂ ରୋବୋ କଲ୍ ଉପରେ ନିୟନ୍ତ୍ରଣ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଟେଲିକମ୍ ମନ୍ତ୍ରଣାଳୟ ଅନୁଯାୟୀ, ଟ୍ରାଇ ଟେଲିକମ୍ ବାଣିଜ୍ୟିକ ଯୋଗାଯୋଗ ଗ୍ରାହକ ପସନ୍ଦ(ତୃତୀୟ ସଂଶୋଧନ) ନିୟମାବଳୀ, ୨୦୨୬ କାର୍ଯ୍ୟକାରୀ କରିଛି। ଏହା ଅଧୀନରେ ଟେଲିକମ୍ କମ୍ପାନୀମାନଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ମେସିନ୍ ଲର୍ଣ୍ଣିଂ ସହାୟତାରେ ସ୍ପାମ୍ କଲ୍ କରୁଥିବା ନମ୍ବରଗୁଡ଼ିକୁ ଚିହ୍ନଟ କରି ସେୟାର କରିବାକୁ ପଡ଼ିବ। ଯଦି ଜଣେ ପ୍ରେରକଙ୍କ ସହ ଜଡ଼ିତ ପାଂଚ କିମ୍ବା ଅଧିକ ନମ୍ବର ଦଶ ଦିନ ମଧ୍ୟରେ ସନ୍ଦେହଜନକ ବୋଲି ଜଣାପଡ଼େ, ତେବେ ସେମାନଙ୍କ ବିରୋଧରେ ତଦନ୍ତ ଏବଂ ପର୍ଯ୍ୟାୟକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସଂଶୋଧିତ ନିୟମଗୁଡ଼ିକ ଆପ୍ଲିକେସନ୍-ଟୁ-ପର୍ସନ୍(ଏ୨ପି) କଲ୍ଗୁଡ଼ିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ବର୍ତମାନ ଅଟୋ ଡାଏଲର ରୋବୋକାଲ୍ ଏବଂ ରେକର୍ଡ଼ ହୋଇଥିବା ଭଏସ୍ ମାଧ୍ୟମରେ କରାଯାଇଥିବା କଲ୍ ପାଇଁ ଆଗୁଆ ଘୋଷଣା କରିବା ବାଧ୍ୟତା ମୂଳକ ହେବ। ବିନା ପୂର୍ବ ସୂଚନାରେ କରାଯାଇଥିବା ଏଭଳି କଲ୍ଗୁଡ଼ିକୁ ଅବାଂଛିତ ବ୍ୟବସାୟିକ ଯୋଗାଯୋଗ ବୋଲି ବିବେଚନା କରାଯିବ।

ଟ୍ରାଇ ମଧ୍ୟ ସ୍ପାମ୍ ଅଭିଯୋଗଗୁଡ଼ିକର ମୁକାବିଲା ପ୍ରକ୍ରିୟାକୁ ଅଧିକ କଠୋର କରିଛି। ବର୍ତମାନ ଯଦି ଦଶ ଦିନ ମଧ୍ୟରେ କୌଣସି ନମ୍ବର ବିରୋଧରେ ତିନି କିମ୍ବା ଅଧିକ ଅଭିଯୋଗ ଆସେ ଏବଂ ଏ.ଆଇ. ବ୍ୟବସ୍ଥା ମଧ୍ୟ ଏହାକୁ ସନ୍ଦେହଜନକ ବୋଲି ବିବେଚନା କରେ, ତେବେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ଏଥିପାଇଁ ପାଂଚଟି ଅଭିଯୋଗର ଆବଶ୍ୟକତା ଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande