ଟଙ୍କା ଦ୍ୱିଗୁଣିତ ପ୍ରତିଶ୍ରୁତିରେ ନକଲି ଆଇଡିରେ ଲକ୍ଷାଧିକ ଟଙ୍କା ଠକେଇ : ୩ ଅଭିଯୁକ୍ତ ଗିରଫ, ନଗଦ ଓ ସୁନା ଅଳଙ୍କାର ଜବତ

ସମ୍ବଲପୁର, ୧୮ ସେପ୍ଟେମ୍ବର (ହି.ସ.) - ଫେସବୁକରେ ନକଲି ଆଇଡି ଖୋଲି ଟଙ୍କା ଦ୍ୱିଗୁଣିତ କରାଇବା ଲକ୍ଷ୍ୟରେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ତିନି ଭାଇ ଭଉଣୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆର୍ôଥକ ଠକେଇ ଓ ଜାଲିଆତି ଅଭିଯୋଗରେ ସମ୍ବଲପୁର ସିସି ଆଣ୍ଡ ଇଓ ପୋଲିସ ଝାରସୁଗୁଡ଼ା ଅଂଚଳର ଦୁଇ ଭଉଣୀ ଓ ଭାଇ କୁ ଗିରଫ କରିଥିବା ଜଣାପଡ଼ିଛି । ଏ ସଂକ୍ରାନ୍ତରେ ୨୩/୨୬ ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଦିଶା ଅଗ୍ରୱାଲ ନାମକ ଏକ ନକଲି ଫେସବୁକ ଆକାଉଣ୍ଟରେ ଡେମୋ ଦେଖାଇ ଝାରସୁଗୁଡ଼ା ଜିଲ୍ଲା ବାବୁପଡ଼ା, ପୁରୁଣାବସ୍ତି ଅଂଚଳର ୩୮ ବର୍ଷିୟା ଝରଣା ବାଦି, ୩୨ ବର୍ଷିୟ ଭାଇ ରାଜେଶ ବାଦି ଓ ସାନ ଭଉଣୀ ରାଜକୁମାରୀ ବାଦି କୁ ଗିରଫ କରାଯାଇଥିବା ଜଣାପଡିଛି। ସେମାନେ ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ କଇଁସି ର ସିଂହପାଲି ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିଲେ। ପୋଲିସ ଚଢ଼ାଉ ସମୟରେ ନଗଦ ୧୫ ଲକ୍ଷ ୫୦ ହଜାର ଟଙ୍କା ଓ ପ୍ରାୟ ୧୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ସହ ୨୦ଟି ମୋବାଇଲ୍ ଫୋନ୍, ଗୋଟିଏ ଲାପଟପ୍, ଗୋଟିଏ ଟାବ୍ଲେଟ୍, ଆକ୍ଟିଭା, ନକଲି ଆଧାର କାର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ସୁନା ଚେନ୍, ସୁନା ମୁଦି, କାନଫୁଲ, ରୁପା ପାଉଁଜି ଓ ଅନ୍ୟାନ୍ୟ ଅଳଙ୍କାର ରହିଛି।

ପ୍ରେସ୍ ନୋଟ୍ ଅନୁଯାୟୀ, ଗୋଟିଏ ବ୍ଲୁ-ରେ ମେସିନ୍କୁ ନୋଟ୍ ଛାପିବା ମେସିନ୍ ଭାବେ ବ୍ୟବହାର କରାଯାଇଥିବା, ଅପରାଧ ସମୟରେ ବ୍ୟବହୃତ ପୋଷାକ, ଲାଲ୍ ବ୍ୟାଗ୍ ଓ ଧଳା ରଙ୍ଗର ହୋଣ୍ଡା ଆକ୍ଟିଭା ମଧ୍ୟ ଜବତ ହୋଇଛି।

ମାମଲାର ଅଭିଯୋଗ ଅନୁସାରେ, ୨୯ ଜୁନ୍ ୨୦୨୬ରେ ଲିପାକ କୁମାର ପ୍ରଧାନ (୩୮) ସମ୍ବଲପୁର ସିସି ଆଣ୍ଡ ଇଓ ଥାନାରେ ଅଭିଯୋଗ କରିଥିଲେ। ଦିଶା ଅଗ୍ରୱାଲ ନାମକ ଜଣେ ମହିଳା ନିଜକୁ ଅଭିଯୋଗକାରୀଙ୍କ ପରିଚିତ ବୋଲି ପରିଚୟ ଦେଇ ଅଧିକ ଲାଭର ପ୍ରତିଶ୍ରୁତି ଦେଇ ୨୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପ୍ରବର୍ତାଇଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ୨୪ ଜୁନ୍ରେ ହୋଟେଲ୍ କମ୍ଲେଶ କଂଟିନେଂଟାଲ୍, ଅନୁଗୁଳରେ ଅଭିଯୋଗକାରୀ ୨୦ ଲକ୍ଷ ଟଙ୍କା ଜଣେ ଯୁବକଙ୍କୁ ଏବଂ ୫ ଲକ୍ଷ ଟଙ୍କା ଦିଶା ଅଗ୍ରୱାଲଙ୍କୁ ଦେଇଥିଲେ। ପରେ ଉଭୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ଏବଂ ବ୍ୟାଗରେ ଟଙ୍କା ବଦଳରେ ନୋଟପ୍ୟାଡ୍ର ବଣ୍ଡଲ ଥିବା ଅଭିଯୋଗକାରୀ ଜାଣିଥିଲେ।

ପରବର୍ତୀ ତଦନ୍ତରେ ଟେକ୍ନିକାଲ୍ ଆନାଲିସିସ୍ ଓ ଅନ୍ୟ ବିଶ୍ୱସନୀୟ ସୂଚନା ଆଧାରରେ ସିଂହପାଲି, କଇଁସିରେ ଥିବା ଭଡ଼ାଘରେ ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୩ ଅଭିଯୁକ୍ତଙ୍କୁ ଧରାଯାଇଥିବା ପ୍ରେସ୍ ନୋଟ୍ରେ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande