ୟୁପିଆଇ ଚାର୍ଜ ଉପରେ ସାଧାରଣ ଲୋକଙ୍କ ପକେଟ କଟିବ, ଲୋକଙ୍କ ମଧ୍ୟରେ ଆକ୍ରୋଶ : ମାୟାବତୀ
ଲକ୍ଷ୍ନୌ, ୧୮ ସେପ୍େଟମ୍ବର (ହି.ସ.)- ବହୁଜନ ସମାଜ ପାର୍ଟି (ବିଏସପି)ର ଜାତୀୟ ଅଧ୍ୟକ୍ଷ ଏବଂ ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ୧୫ ଅକ୍ଟୋବରରୁ ଲାଗୁ ହେବାକୁ ଥିବା ନୂଆ ୟୁପିଆଇ ଶୁଳ୍କ ଢାଂଚା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା
ୟୁପିଆଇ ଚାର୍ଜ ଉପରେ ସାଧାରଣ ଲୋକଙ୍କ ପକେଟ କଟିବ, ଲୋକଙ୍କ ମଧ୍ୟରେ ଆକ୍ରୋଶ : ମାୟାବତୀ


ଲକ୍ଷ୍ନୌ, ୧୮ ସେପ୍େଟମ୍ବର (ହି.ସ.)- ବହୁଜନ ସମାଜ ପାର୍ଟି (ବିଏସପି)ର ଜାତୀୟ ଅଧ୍ୟକ୍ଷ ଏବଂ ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ୧୫ ଅକ୍ଟୋବରରୁ ଲାଗୁ ହେବାକୁ ଥିବା ନୂଆ ୟୁପିଆଇ ଶୁଳ୍କ ଢାଂଚା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ପରେ ଶୁଳ୍କ ଢାଂଚା ଲାଗୁ କରିବା ଦ୍ୱାରା ଶେଷରେ ସାଧାରଣ ଲୋକଙ୍କ ଉପରେ ଖର୍ଚ୍ଚର ବୋଝ ବଢ଼ିପାରେ।

ମାୟାବତୀ ଶୁକ୍ରବାର ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ୟୁପିଆଇ ଡିଜିଟାଲ କାରବାରକୁ ପ୍ରଥମେ ବହୁତ ପ୍ରୋତ୍ସାହନ ଦେବା ପରେ ଏବେ ତାହା ଉପରେ ଶୁଳ୍କ ଆଦାୟର ନୂଆ ବ୍ୟବସ୍ଥା ଯୋଗୁଁ ଲୋକଙ୍କ ମଧ୍ୟରେ ଅସ୍ଥିରତା ଏବଂ ଆକ୍ରୋଶ ସ୍ୱାଭାବିକ। ସେ ଏହାକୁ ଜନସାଧାରଣଙ୍କ ଉପରେ ଅତିରିକ୍ତ ଆର୍ôଥକ ବୋଝ ପକାଉଥିବା ବ୍ୟବସ୍ଥା ବୋଲି କହି କହିଛନ୍ତି ଯେ ଏହାକୁ ଯେଉଁ ନାମ ଦିଆଯାଉ ନା କାହିଁକି, ଶେଷରେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ିପାରେ।

ମାୟାବତୀ କହିଛନ୍ତି ଯେ ଦେଶର ବହୁସଂଖ୍ୟକ ଜନସଂଖ୍ୟା ଦାରିଦ୍ର୍ୟ ଏବଂ ମହଙ୍ଗାଇର ମାଡ଼ ସହୁଛନ୍ତି। ଏପରି ସ୍ଥିତିରେ ସରକାରଙ୍କ ନୀତି ଏବଂ କାର୍ଯ୍ୟଯୋଜନା ଲାଭ କମାଇବା ଭିତିକ ବାଣିଜ୍ୟିକ ବ୍ୟବସ୍ଥା ପରିବର୍ତେ ଅଧିକ କଲ୍ୟାଣକାରୀ ହେବା ଉଚିତ। ସେ କହିଛନ୍ତି ଯେ ଜନସାଧାରଣଙ୍କ ଆର୍ôଥକ ଦୁର୍ଦ୍ଦଶା ଏବଂ ଦୁଃଖ-କଷ୍ଟ ପ୍ରତି ସରକାର ଚିନ୍ତା କରିବା ଉଚିତ।

ମାୟାବତୀ ଉତର ପ୍ରଦେଶ ସରକାରଙ୍କ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରାୟ ୧୪,୫୦୦ ସ୍କୁଲକୁ ସ୍ମାର୍ଟ ସ୍କୁଲ କରିବାର ଘୋଷଣାର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ଏହାକୁ ଭଲ ପଦକ୍ଷେପ ବୋଲି କହି କହିଛନ୍ତି ଯେ ପିଲାମାନଙ୍କୁ ସ୍ମାର୍ଟ ପାଠପଢ଼ା ଉପଲବ୍ଧ କରାଇବା ପୂର୍ବରୁ ସ୍କୁଲଗୁଡ଼ିକରେ ମୌଳିକ ସୁବିଧା ସୁନିଶ୍ଚିତ କରାଯିବା ଉଚିତ।

--------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande