
ଜୟପୁର, ୧୮ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲା ଜୟପୁର ଦେଇଯାଇଥିବା କେନାଲରେ ବୁଡି ଜଣେ ଯୁବକ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣକ ହେଲେ ଭୁପତି ସାହିର ରାଜେଶ ପଟ୍ଟନାୟକ(୨୧) ।
ସୂଚନା ଅନୁଯାୟୀ, ପୁରୁଣାଗଡ ଛକ ନିକଟ କେନାଲରେ ଗାଧୋଉଥିବା ବେଳେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଏନେଇ ଜୟପୁର ଅଗ୍ମିଶମ ବିଭାଗକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସହକାରି ଅଗ୍ନିଶମ ଅଧିକାରୀ ରମେଶ ବେହେରା ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି