
ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)- ଏନଆଇଟି ରାଉରକେଲାର
ସ୍ୱଦେଶୀ ଚିପ୍ ଡିଜାଇନ୍ଗୁଡ଼ିକୁ ‘ମେଡ୍-ଇନ୍-ଇଣ୍ଡିଆ’ ସେମିକଣ୍ଡକ୍ଟର ଚିପ୍ଗୁଡ଼ିକ ମଧ୍ୟରେ
ସ୍ଥାନ ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏନଆଇଟି ରାଉରକେଲାର ସ୍ୱଦେଶୀ ଚିପ୍ ଡିଜାଇନ୍ଗୁଡ଼ିକୁ
ସେମିକନ୍ ଇଣ୍ଡିଆରେ ପ୍ରଦର୍ଶିତ ‘ମେଡ୍-ଇନ୍-ଇଣ୍ଡିଆ’ ସେମିକଣ୍ଡକ୍ଟର ଚିପ୍ଗୁଡ଼ିକ ମଧ୍ୟରେ
ସ୍ଥାନ ପାଇଥିବା ଦେଖି ମୁଁ ଗର୍ବିତ। ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ
ଏବଂ ଆମ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରତିଭା, ନବସୃଜନ ଓ ଗବେଷଣା କ୍ଷମତାର ଏକ ଉଜ୍ଜ୍ୱଳ ପ୍ରମାଣ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ମାନ୍ୟବର
କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସରେ ଭାରତ ଏକ ସୁଦୃଢ଼
ଓ ଆତ୍ମନିର୍ଭର ସେମିକଣ୍ଡକ୍ଟର ପରିବେଶ ବିକାଶ ଦିଗରେ ନିରନ୍ତର ଅଗ୍ରସର ହେଉଛି।
ବୈଜ୍ଞାନିକ, ଗବେଷକ ଏବଂ ଏନଆଇଟି ରାଉରକେଲାର ସମଗ୍ର ଟିମ୍କୁ
ଅଭିନନ୍ଦନ। ଭାରତର ସେମିକଣ୍ଡକ୍ଟର ଯାତ୍ରା ଏବଂ ଦେଶର ବୈଷୟିକ ଆତ୍ମନିର୍ଭରତା ଦିଗରେ ଓଡ଼ିଶାର
ପ୍ରତିଭା ଅବଦାନ ରଖୁଥିବା ଦେଖି ସମଗ୍ର ଓଡ଼ିଶା ଗର୍ବିତ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା