ଶ୍ରୀ ମୟଙ୍କ ପଟ୍ଟନାୟକ ଓଡ଼ିଶା ଅଣ୍ଡର-19 ରାଜ୍ୟ କ୍ରିକେଟ୍ ଦଳରେ ସ୍ଥାନ ପାଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଭାତି ପରିଡା
ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)- ଶ୍ରୀ ମୟଙ୍କ ପଟ୍ଟନାୟକ ଓଡ଼ିଶା ଅଣ୍ଡର-19 ରାଜ୍ୟ କ୍ରିକେଟ୍ ଦଳରେ ସ୍ଥାନ ପାଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ସେ ମୟଙ୍କଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ସଫଳତା ପାଇଁ
କ୍ରିକେଟ


ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)- ଶ୍ରୀ ମୟଙ୍କ

ପଟ୍ଟନାୟକ ଓଡ଼ିଶା ଅଣ୍ଡର-19

ରାଜ୍ୟ କ୍ରିକେଟ୍ ଦଳରେ ସ୍ଥାନ ପାଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ

ପ୍ରଭାତି ପରିଡା । ଏହି ଅବସରରେ ସେ ମୟଙ୍କଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ସଫଳତା ପାଇଁ କାମନା

କରୁଛି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୂଆପୋଖରୀର

ଯୁବ ପ୍ରତିଭା ଶ୍ରୀ ମୟଙ୍କ ପଟ୍ଟନାୟକ ଓଡ଼ିଶା ଅଣ୍ଡର-19 ରାଜ୍ୟ କ୍ରିକେଟ୍ ଦଳରେ ସ୍ଥାନ ପାଇଥିବାରୁ ତାଙ୍କୁ ହାର୍ଦ୍ଦିକ

ଅଭିନନ୍ଦନ ଜଣାଉଛି । ତାଙ୍କର ଏହି ସଫଳତା ପାଇଁ ପିତା ଶ୍ରୀ ସମ୍ବିତ ପଟ୍ଟନାୟକ ଓ ମାତା

ଶ୍ରୀମତୀ ସସ୍ମିତା ମିଶ୍ରଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ। ମୟଙ୍କଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ

ଆଗାମୀ ସଫଳତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande