'ସେବା ସଂକଳ୍ପ ଅଭିଯାନ-୨୦୨୬' ଅନ୍ତର୍ଗତ ମେଗା ରକ୍ତଦାନ ଶିବିର 'ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ'ରେ ସ୍ଥାନ ପାଇଥିବାରୁ ଖୁସି ବ୍ୟକ୍ତ କଲେ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)-''ସେବା ସଂକଳ୍ପ ଅଭିଯାନ-୨୦୨୬'' ଅନ୍ତର୍ଗତ ମେଗା ରକ୍ତଦାନ ଶିବିର ''ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ''ରେ ସ୍ଥାନ ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା ।
ରେକର୍ଡ


ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)-'ସେବା

ସଂକଳ୍ପ ଅଭିଯାନ-୨୦୨୬' ଅନ୍ତର୍ଗତ ମେଗା ରକ୍ତଦାନ ଶିବିର 'ୱାର୍ଲ୍ଡ

ବୁକ୍ ଅଫ୍ ରେକର୍ଡସ'ରେ ସ୍ଥାନ ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଦୁଇ

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା ।

ସୋସିଆଲ ହ୍ୟାଣ୍ଡେଲରେ ଏକ

ବାର୍ତ୍ତା ଜାରି କରି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୬ତମ

ଜନ୍ମଦିବସ ପାଳନ ଅବସରରେ, ଭୁବନେଶ୍ୱରଠାରେ ବିଜେପି ଯୁବମୋର୍ଚ୍ଚାର 'ସେବା

ସଂକଳ୍ପ ଅଭିଯାନ-୨୦୨୬' ଅନ୍ତର୍ଗତ ମେଗା ରକ୍ତଦାନ ଶିବିର 'ୱାର୍ଲ୍ଡ

ବୁକ୍ ଅଫ୍ ରେକର୍ଡସ'ରେ ସ୍ଥାନ ପାଇବା ଓଡ଼ିଶା ପାଇଁଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଏହି ବିଶାଳ ସେବା

ଯଜ୍ଞକୁ ସଫଳତାର ଶୀର୍ଷରେ ପହଞ୍ଚାଇଥିବା ଯୁବ ମୋର୍ଚ୍ଚାର ସମସ୍ତ ସଦସ୍ୟ, ସ୍ୱେଚ୍ଛାସେବୀ

ଓ ରକ୍ତଦାତା ବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ।

ପ୍ରଭାତି ପରିଡା ଏକ

ବାର୍ତ୍ତା ଜାରି କରି କହିଛନ୍ତି ଯେ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୬ତମ ଜନ୍ମଦିନରେ

ସେବାର ଏକ ନୂଆ ଅଧ୍ୟାୟ ଲେଖାଯାଇଛି । ଭୁବନେଶ୍ୱରଠାରେ ବିଜେପି ଯୁବମୋର୍ଚ୍ଚା ଦ୍ୱାରା ଆୟୋଜିତ

ମେଗା ରକ୍ତଦାନ ଶିବିରର ବିଶ୍ୱ ରେକର୍ଡ ସଫଳତା ପାଇଁ ସମସ୍ତ ରକ୍ତଦାତା, ସ୍ୱେଚ୍ଛାସେବୀ

ଓ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଉଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.

ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଭାରତବର୍ଷର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦିଜୀଙ୍କ ଜନ୍ମଦିବସ ଅବସରରେ ବିଜେପି ଓ ଯୁବମୋର୍ଚ୍ଚାର ମିଳିତ ଉଦ୍ୟମରେ ଗୋଟିଏ ସ୍ଥାନରେ ୮,୮୧୦

ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଏକ ବିଶ୍ୱ ରେକର୍ଡସୃଷ୍ଟି କରାଯାଇଛି। ଏହି ମହାନ କାର୍ଯ୍ୟକୁ

ୱାର୍ଲ୍ଡ ରେକର୍ଡ ଟିମ୍ ପକ୍ଷରୁ ସ୍ୱୀକୃତି ମିଳିବା ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି।ଏହି

ଅଭୂତପୂର୍ବ ସଫଳତା ପାଇଁ ସମସ୍ତ ରକ୍ତଦାତା,

ସମସ୍ତ ଡାକ୍ତର,

ସ୍ୱାସ୍ଥ୍ୟକର୍ମୀ ଓ ୩୦୦ରୁ ଅଧିକ କର୍ମଚାରୀ, ୨୦ରୁ

ଅଧିକ ବ୍ଲଡ୍ ବ୍ୟାଙ୍କ ଟିମ୍ ସମସ୍ତ ଆୟୋଜକ ମଣ୍ଡଳୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା।

ପୂର୍ବତନ କେନ୍ଦ୍ରମନ୍ତ୍ରୀ

ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ 'ସେବା ସଂକଳ୍ପ ଅଭିଯାନ-୨୦୨୬' ଅନ୍ତର୍ଗତ ଭୁବନେଶ୍ୱର ଠାରେ ବିଜେପି

ଯୁବମୋର୍ଚ୍ଚା ଦ୍ୱାରା ଆୟୋଜିତ ମେଗା ରକ୍ତଦାନ

ଶିବିର 'ୱାର୍ଲ୍ଡ

ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନ ପାଇବା ଅତ୍ୟନ୍ତ ଆନନ୍ଦ ଓ ଗର୍ବର ବିଷୟ ।ବଡ଼ ରକ୍ତଦାନ ଶିବିର

ଆୟୋଜନ କରି ଏହି ସଫଳତା ହାସଲ କରିଥିବାରୁ ଯୁବ ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବୀ

ଏବଂ ରକ୍ତଦାନ କରିଥିବା ସମସ୍ତ ବନ୍ଧୁମାନଙ୍କୁ ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande