
ପୁରୀ, ୧୮ ସେପ୍ଟେମ୍ବର (ହି.ସ.)- ସମୁଦ୍ର ଏକ ପବିତ୍ର ସ୍ଥଳ। ସମୁଦ୍ର, ସମୁଦ୍ର କୂଳ ସେହିପରି ସୌନ୍ଦର୍ଯ୍ୟ ଓ ଆକର୍ଷଣର କେନ୍ଦ୍ର ହୋଇଥାଏ। ହଜାର ହଜାର ପର୍ଯ୍ୟଟକ ସେଥିପାଇଁ ଦୈନିକ ସମୁଦ୍ର କୂଳରେ ପହଞ୍ଚିଥାନ୍ତି। ସମୁଦ୍ରଙ୍କୁ ମଧ୍ୟ ମହାପ୍ରଭୁଙ୍କ ଶ୍ଵଶୁରଙ୍କ ଘର ବୋଲି କୁହାଯାଏ। ଏହି ପବିତ୍ରତା ପାଇଁ ସମୁଦ୍ର ଆଳତୀ ମଧ୍ୟ ଅନୁଷ୍ଠିତ ହୋଇଥାଏ। ତେଣୁ ଏହାକୁ ସ୍ବଛ ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଆହ୍ୱାନ ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।
ଆଜି ପୁରୀ ଷ୍ଟ୍ରଲିଂ ନିକଟ ସମୁଦ୍ର କୂଳରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା। ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସେଠୀ ଓ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନଙ୍କ ତତ୍ବାବଧାନରେ ସ୍ବଛ ସାଗର, ସୁରକ୍ଷିତ ସାଗର ଅଭିଯାନର ଅଂଶବିଶେଷ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ତାଜ ହୋଟେଲର କର୍ମଚାରୀ ମାନେ ଯୋଗ ଦେଇଥିଲେ। ଷ୍ଟ୍ରଲିଂ ଛକ ଠାରୁ ତାଜ ହୋଟେଲ ପର୍ଯ୍ୟନ୍ତ ଏହି ସ୍ବଛତା ଅନୁଷ୍ଠିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ବିଜୟ