ବରିଷ୍ଠ ରାଜମିସ୍ତ୍ରୀଙ୍କ ସ୍ମୃତିଚାରଣ ସଭା
କେନ୍ଦ୍ରାପଡ଼ା, ୧୮ ସେପ୍ଟେମ୍ବର(ହି.ସ.) – ମାର୍ଶାଘାଇ ଅଂଚଳର ପ୍ରତିଷ୍ଠିତ ରାଜମିସ୍ତ୍ରୀ ସ୍ୱର୍ଗତ ଦୁଃଖିଶ୍ୟାମ ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିଚାରଣ ସଭା ଗାଁମାର୍ଶାଘାଇସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି କ୍ଷ ପୂର୍ବରୁ ବିହାର ଏବଂ ପଶ୍ଚିମବଙ୍ଗରୁ ରାଜମିସ୍ତ୍ରୀମାନେ ଆସି
ବରିଷ୍ଠ ରାଜମିସ୍ତ୍ରୀଙ୍କ ସ୍ମୃତିଚାରଣ ସଭା


କେନ୍ଦ୍ରାପଡ଼ା, ୧୮ ସେପ୍ଟେମ୍ବର(ହି.ସ.) – ମାର୍ଶାଘାଇ ଅଂଚଳର ପ୍ରତିଷ୍ଠିତ ରାଜମିସ୍ତ୍ରୀ ସ୍ୱର୍ଗତ ଦୁଃଖିଶ୍ୟାମ ଲେଙ୍କାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ସ୍ମୃତିଚାରଣ ସଭା ଗାଁମାର୍ଶାଘାଇସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି କ୍ଷ ପୂର୍ବରୁ ବିହାର ଏବଂ ପଶ୍ଚିମବଙ୍ଗରୁ ରାଜମିସ୍ତ୍ରୀମାନେ ଆସି ମାର୍ଶାଘାଇରେ କୋଠା ଘର ନିର୍ମାଣ କରୁଥିଲେ କ୍ଷ ଅଶି ଦଶକରେ ଦୁଃଖିଶ୍ୟାମ ଲେଙ୍କା ରାଜମିସ୍ତ୍ରୀ ଭାବେ ଲୋକମାନଙ୍କ କୋଠାଘର ନିର୍ମାଣ କାମ କରିବା ସହିତ ତାଙ୍କ ପ୍ରେରଣାରେ ମାର୍ଶାଘାଇ ଅଂଚଳରେ ଶତାଧିକ ନୂଆ ରାଜମିସ୍ତ୍ରୀ ସୃଷ୍ଟି ହୋଇ ପାରିଥିଲେ ବୋଲି ବକ୍ତାମାନେ କହିଥିଲେ କ୍ଷ ତାଙ୍କ ପୁତ୍ର ଗିରିଜା ଶଙ୍କର ଲେଙ୍କା(ହାପି)ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ଜିଲ୍ଲାପରିଷଦ ପ୍ରଶାନ୍ତ କୁମାର ସାମନ୍ତରାୟ,ବଣିକସଙ୍ଘର ନନ୍ଦ କିଶୋର ତୋଷନିୱାଲ, ମାର୍ଶାଘାଇ ଦୁର୍ଗାପୂଜା କମିଟିର ସଚ୍ଚିଦାନନ୍ଦ ସ୍ୱାଇଁ, ଭାରତୀ ଦଳାଇ, ଯୁବନେତା ସୁବ୍ରତ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ କୁମାର ରଥ, ମାର୍ଶାଘାଇ ସମବାୟ ସମିତି ସଭାପତି ପ୍ରଦୀପ୍ତ କୁମାର ଗାହଣ, ରାଜମିସ୍ତ୍ରୀ ବିଜୟ କୁମାର ଦାସ,ପ୍ରକାଶ ବସନ୍ତିଆ, ଝିଅ ଗୀତାଞ୍ଜଳି ଲେଙ୍କା, ଜ୍ୱାଇଁ ପ୍ରଶାନ୍ତ କୁମାର ପ୍ରଧାନ, ଯୁବନେତା ରଶ୍ମିରଂଜନ ଦାସ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande