
ଭୁବନେଶ୍ୱର, 18 ସେପ୍ଟେମ୍ବର (ହି.ସ.)- ମଦନଲାଲ
ଧିଙ୍ଗ୍ରା ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି
ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ନିର୍ଭୀକ ବିପ୍ଳବୀ
ମଦନଲାଲ ଧିଙ୍ଗ୍ରା ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି। ତାଙ୍କର ସାହସ, ଗଭୀର ଦେଶପ୍ରେମ ଓ ସର୍ବୋଚ୍ଚ ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମର
ଏକ ଅବିସ୍ମରଣୀୟ ଅଧ୍ୟାୟ ହୋଇ ରହିଛି। ତାଙ୍କ ଜୀବନ ଦେଶର ସ୍ୱାଧୀନତା ପାଇଁ ଅସଂଖ୍ୟ
ବିପ୍ଳବୀଙ୍କ ଦ୍ୱାରା ଦିଆଯାଇଥିବା ଅପାର ବଳିଦାନର ସ୍ମୃତିକୁ ଜୀବନ୍ତ ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା