
ଭୁବନେଶ୍ୱର,୧୮ ସେପ୍ଟେମ୍ବର (ହି.ସ)- ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ଆସନ୍ତା ୨୪ ତାରିଖ ସୁଦ୍ଧା ପୌରସଂସ୍ଥା ଓ ଏନଏସିର ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇବ। ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ। ଏହାପରେ ଜନସାଧାରଣଙ୍କଠାରୁ ଆପତି ଓ ପ୍ରସ୍ତାବ ଗ୍ରହଣ କରାଯିବ। ଅକ୍ଟୋବର ୩ ଆପତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ରହିଛି। ଅକ୍ଟୋବର ୭ ତାରିଖ ସୁଦ୍ଧା ପ୍ରୋଭିଜନାଲ୍ ବିଜ୍ଞପ୍ତି ବାହାରିବ। ଅକ୍ଟୋବର ୭ରୁ ୨୧ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ୍ କରିପାରିବେ। ଅପିଲ୍ ର ଶୁଣାଣି ଓ ନିଷ୍ପତି ପ୍ରକ୍ରିୟା ଅକ୍ଟୋବର ୨୬ରୁ ୨୮ ମଧ୍ୟରେ ହେବ। ଅପିଲ୍ ର ନିଷ୍ପତି ପରେ ଅକ୍ଟୋବର ୩୧ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା