ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ୭୭୫ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା-ବାରାଣସୀ ଗସ୍ତ ପ୍ରସ୍ତୁତି
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା: ୭୭୫ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା-ବାରାଣସୀ ଗସ୍ତ ପ୍ରସ୍ତୁତି
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା:  ୭୭୫ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା-ବାରାଣସୀ ଗସ୍ତ  ପ୍ରସ୍ତୁତି


ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା:  ୭୭୫ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା-ବାରାଣସୀ ଗସ୍ତ  ପ୍ରସ୍ତୁତି


ସମ୍ବଲପୁର, ୧୯, ସେପ୍େଟମ୍ବର (ହି.ସ.)- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ଅଧୀନରେ ଆସନ୍ତା ସେପ୍େଟମ୍ବର ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅଯୋଧ୍ୟା-ବାରାଣସୀ ତୀର୍ଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ଆଜି ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ ପରିସରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ନାଗରିକଙ୍କ ଏହି ଆଧ୍ୟାତ୍ମିକ ଯାତ୍ରାରେ ବିଭିନ୍ନ ଜିଲ୍ଲାରୁ ମୋଟ ୭୭୫ ଜଣ ତୀର୍ଥଯାତ୍ରୀ ଏବଂ ୨୫ ଜଣ ସହଯୋଗୀ (ଏସ୍କର୍ଟ) ଭାଗ ନେବେ। ଏହି ଦଳରେ ସମ୍ବଲପୁରରୁ ୮୯ ଜଣ, ବଲାଙ୍ଗୀରରୁ ୧୪୧, ବରଗଡ଼ରୁ ୧୨୭, ଝାରସୁଗୁଡ଼ାରୁ ୫୦, ସୁନ୍ଦରଗଡ଼ରୁ ୧୮୦, ସୁବର୍ଣ୍ଣପୁରରୁ ୫୨, ଦେବଗଡ଼ରୁ ୨୭ ଏବଂ ଅନୁଗୁଳ ଜିଲ୍ଲାରୁ ୧୦୯ ଜଣ ତୀର୍ଥଯାତ୍ରୀ ସାମିଲ ହେବାର ସ୍ପଷ୍ଟ ହୋଇଛି । ତୀର୍ଥଯାତ୍ରୀଙ୍କ ରହିବା ପାଇଁ ସମ୍ବଲପୁରର ପାନ୍ଥନିବାସ, କ୍ଷେତରାଜପୁରର ଅଗ୍ରସେନ ଭବନ, ରେଳବାଇ କମ୍ୟୁନିଟି ସେଂଟର ଏବଂ ରେଳବାଇ ଇନଷ୍ଟିଚ୍ୟୁଟ ହଲ୍ରେ ସ୍ୱତନ୍ତ୍ର ସ୍ୱଳ୍ପକାଳୀନ ରହଣୀ ବ୍ୟବସ୍ଥା କରାଯାଇଛି। ସମସ୍ତ ତୀର୍ଥଯାତ୍ରୀ ମାନଙ୍କ ସୁବିଧା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଓଟିଡିସି ପକ୍ଷରୁ ଭୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ବ୍ଲକ ମୁଖ୍ୟାଳୟରୁ ସମ୍ବଲପୁର ଏବଂ ରହିବା ସ୍ଥାନରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତାୟାତ ସୁବିଧା ଯୋଗାଇ ଦିଆଯିବ। ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଚିକିତ୍ସା ଦଳ ନିୟୋଜିତ ରହିବେ। ଏହା ସହିତ ରହିବା ସ୍ଥାନ ଏବଂ ରେଳ ଷ୍ଟେସନରେ ନିରାପତା, ସୁରକ୍ଷା ଓ ସଫାଇ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଅବସରରେ ଶୁଭାରମ୍ଭ ଉତ୍ସବ ଏବଂ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ପ୍ରସ୍ତୁତି ମଧ୍ୟ ହୋଇସାରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande