ଆଗର ମାଲୱା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି, ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା
ନୂଆଦିଲ୍ଲୀ, ସେପ୍ଟେମ୍ବର 19 (ହି.ସ) ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ବର୍ଷାଜଳରେ ଫୁଲି ଉଠିଥିବା ନାଳରେ କାର ଭାସିଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ
प्रधानमंत्री नरेन्द्र मोदी गुरुवार को पश्चिम बंगाल में अन्नपूर्णा दिवस पर आयोजित कार्यक्रम को वीडियो संदेश के माध्यम से संबोधित करते हुए


ନୂଆଦିଲ୍ଲୀ, ସେପ୍ଟେମ୍ବର 19 (ହି.ସ) ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାରେ ବର୍ଷାଜଳରେ ଫୁଲି ଉଠିଥିବା ନାଳରେ କାର ଭାସିଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁଗ୍ରହ ରାଶି ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ‘ଏକ୍ସ’ରେ କରାଯାଇଥିବା ପୋଷ୍ଟରେ କୁହାଯାଇଛି, “ମଧ୍ୟପ୍ରଦେଶର ଆଗର ମାଲୱାରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକ ପ୍ରତି ମୁଁ ସମବେଦନା ଜଣାଉଛି।”

ମୋଦୀ କହିଛନ୍ତି ଯେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁଗ୍ରହ ରାଶି ଦିଆଯିବ। ଏଥିସହ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆଗର ମାଲୱା ଜିଲ୍ଲାର ନଲଖେଡ଼ାସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ପ୍ରବଳ ବର୍ଷା ଯୋଗୁଁ ନାଳରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ଏହି ସମୟରେ ଉଜ୍ଜୟିନୀରୁ ଆସିଥିବା ଓଡ଼ିଶାର ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ଏକ କାର ପାଣିର ତୀବ୍ର ସ୍ରୋତରେ ଭାସିଯାଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି।

ଜଣାପଡ଼ିଛି ଯେ, ଅଞ୍ଚଳରେ ରାତିସାରା ପ୍ରବଳ ବର୍ଷା ହେବା ପରେ ନାଳର ଜଳସ୍ତର ବୃଦ୍ଧି ପାଇଥିଲା। ଏହା ଫଳରେ ଏହି ଦୁର୍ଘଟଣା ଘଟିଥିଲା।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande