ନେହେନାରେ ଅଜଗର ଆତଙ୍କ ପୋଖରୀ ଓ ନାଳ ନିକଟରେ ଘୁରୁଛି, ଉଦ୍ଧାର ପାଇଁ ବନ ବିଭାଗକୁ ଦାବି
ନୂଆପଡ଼ା,୧୯ ସେପ୍େଟମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମରେ ଅଜଗର ସାପକୁ ନେଇ ଆତଙ୍କ ଦେଖାଦେଇଛି। ଗ୍ରାମର ଦେଶର ପୋଖରୀ ଭିତରେ ଓ ଏହାର ନିକଟସ୍ଥ ଅଂଚଳରେ ଗତ କିଛିଦିନ ହେଲା ଏକ ବଡ଼ ଅଜଗର ଘୁରି ବୁଲୁଥିବା ଗ୍ରାମବାସୀଙ୍କ ନଜରକୁ ଆସୁଛି। ଫଳରେ ଲୋକଙ୍କ ମଧ୍ୟରେ ଭୟର ବ
Ajagar uddhar dabi


ନୂଆପଡ଼ା,୧୯ ସେପ୍େଟମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମରେ ଅଜଗର ସାପକୁ ନେଇ ଆତଙ୍କ ଦେଖାଦେଇଛି। ଗ୍ରାମର ଦେଶର ପୋଖରୀ ଭିତରେ ଓ ଏହାର ନିକଟସ୍ଥ ଅଂଚଳରେ ଗତ କିଛିଦିନ ହେଲା ଏକ ବଡ଼ ଅଜଗର ଘୁରି ବୁଲୁଥିବା ଗ୍ରାମବାସୀଙ୍କ ନଜରକୁ ଆସୁଛି। ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୋଖରୀ ଓ ନାଳ ନିକଟକୁ ଗାଧୋଇବା, ଶୌଚ କିମ୍ବା ଅନ୍ୟାନ୍ୟ କାମରେ ଯାଉଥିବା ଲୋକେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟପକ୍ଷରେ ବର୍ତମାନ ଚାଷ କାର୍ଯ୍ୟ ଜୋରସୋରରେ ଚାଲିଥିବାରୁ ଚାଷୀମାନେ ନିୟମିତ ଭାବେ ଜମିକୁ ଯାଉଛନ୍ତି। ଏହାକୁ ନେଇ ଶିଶୁ ଓ ଗୃହପାଳିତ ପଶୁଙ୍କ ସୁରକ୍ଷାକୁ ନେଇ ମଧ୍ୟ ଗ୍ରାମବାସୀ ଚିନ୍ତା ପ୍ରକଟ କରିଛନ୍ତି। ଅଜଗରଟିକୁ କୌଣସି ପ୍ରକାର କ୍ଷତି ନପହଂଚାଇ ଉଦ୍ଧାର କରିବା ସହ ଏହାକୁ ଏକ ସୁରକ୍ଷିତ ପ୍ରାକୃତିକ ସ୍ଥାନରେ ଛାଡ଼ିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ମଣିଷ ଓ ବନ୍ୟଜନ୍ତୁ ଉଭୟଙ୍କ ସୁରକ୍ଷା ଦୃଷ୍ଟିରୁ ଖଡ଼ିଆଳ ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଂଚି ଅଜଗରଟିକୁ ଉଦ୍ଧାର କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

--------------

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande