ଅମାନିଆ ଠିକାଦାରକୁ ଅପାରଗ ଅଫିସର, ବୈଠକ ପରେ ବୈଠକ, ଉନ୍ନୟନ କାର୍ଯ୍ୟ ଠପ୍
କେନ୍ଦ୍ରାପଡ଼ା, ୧୯ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ପୌରାଂଚଳରେ କାର୍ଯ୍ୟ କରୁଥିବା ଠିକାଦାରମାନେ ବେପରୁଆ ଭାବେ କାର୍ଯ୍ୟ କରୁଛନ୍ତି। କେଉଁ ସ୍ଥାନରେ ଅଧା କାମ କରି ଆଉ କାମ ଆଗଉ ନାହାଁନ୍ତି ତ କେଉଁଠାରେ କାମ ନକରି ଫଲସ ବିଲ କରୁଛନ୍ତି। ଠିକାଦାରମାନଙ୍କ ଜବତ କରିବା ପାଇଁ ଅପାରଗ ଅଫିସରମାନେ କାର
ଅମାନିଆ ଠିକାଦାର କୁ ଅପାରଗ ଅଫିସର


କେନ୍ଦ୍ରାପଡ଼ା, ୧୯ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ପୌରାଂଚଳରେ କାର୍ଯ୍ୟ କରୁଥିବା ଠିକାଦାରମାନେ ବେପରୁଆ ଭାବେ କାର୍ଯ୍ୟ କରୁଛନ୍ତି। କେଉଁ ସ୍ଥାନରେ ଅଧା କାମ କରି ଆଉ କାମ ଆଗଉ ନାହାଁନ୍ତି ତ କେଉଁଠାରେ କାମ ନକରି ଫଲସ ବିଲ କରୁଛନ୍ତି। ଠିକାଦାରମାନଙ୍କ ଜବତ କରିବା ପାଇଁ ଅପାରଗ ଅଫିସରମାନେ କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ଠିକାଦାରମାନେ ଭୟ କରୁନାହାଁନ୍ତି। ବୈଠକ ପରେ ବୈଠକ ବସୁଛି। ହେଲେ ଉନ୍ନୟନ କାର୍ଯ୍ୟ ଚୁଲିକୁ ଯାଉଛି। କାରଣ ବୈଠକରେ ଯାହା ନିଷ୍ପତି ହେଉଛି ତାହା କାର୍ଯ୍ୟକାରୀ ହେଉନାହିଁ। କାରଣ କେତେକ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ପାଇଁ ପୌର ପରିଷଦରେ ପ୍ରସ୍ତାବ ପାରିତ ହେଲେ ମଧ୍ୟ ଠିକା ସଂସ୍ଥାଗୁଡ଼ିକ ବିରୋଧରେ ଇଓ(ଏକ୍ଜିକ୍ୟୁଟିଭ ଅଫିସର) କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଓଲଟା ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଅବସ୍ଥା ଏପରି ହେଲାଣି ରୋକିବାକୁ କେହି ନାହାଁନ୍ତି। ସାଂସଦ କି ବିଧାୟକ କେହି ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି। ଶେଷରେ ପୌରାଂଚଳର ବିକାଶ କାହିଁକି ହେଉନାହିଁ ପ୍ରଶ୍ନ ଉଠିଲେ ପୌରାଧ୍ୟକ୍ଷାଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ହେଲେ ପୌରାଧ୍ୟକ୍ଷା ଯାହା ଚାହୁଁଛନ୍ତି ତାହାକୁ ଇଓ କାର୍ଯ୍ୟକାରୀ କରାଇ ଦେଉ ନାହାଁନ୍ତି। ବିଭିନ୍ନ ୱାର୍ଡ଼ରେ ୫ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ପାରିତ ହୋଇଛି। ଏହି ଟଙ୍କାରେ ବିଭିନ୍ନ ୱାର୍ଡ଼ରେ ରାସ୍ତା କାମ ହେବ। ହେଲେ ଠିକାଦାରମାନେ ଟେଣ୍ଡର ନେଇ କାମ କରୁନାହାଁନ୍ତି। ସେମାନଙ୍କୁ ତାଗିଦ କରିବା ପାଇଁ ଯଉଁ ଯନ୍ତ୍ରୀ ଓ ଅଧିକାରୀ ରହୁଛନ୍ତି ସେମାନେ ଠିକାଦାରମାନଙ୍କ ସହ ହାତ ମିଳାଇ ଦେଇଛନ୍ତି। ତେଣୁ ପୌରାଂଚଳରେ ନିମ୍ନମାନର କାର୍ଯ୍ୟ ହେଉଛି। ଏହାସହ କାମ ନକରି ମଧ୍ୟ ଠିକାଦାରମାନେ ଅଧିକାରୀମାନଙ୍କୁ ଧରାଧରି କରି ବିଲ୍ ନେଇ ଯାଉଛନ୍ତି। ଏହାଦ୍ୱାରା ଲୋକଙ୍କ ଟିକସ ଅର୍ଥ ବରବାଦ ହେଉଛି। ତେଣୁ ପୌର କାର୍ଯ୍ୟ ନିର୍ବାହୀ ଏ ଦିଗରେ କାହିଁକି ନରମ ମନୋଭାବ ପୋଷଣ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି। ଠିକାଦାରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୌର ପରିଷଦରେ ଅନେକ ଥର ଆଲୋଚନା ହେଉଛି। ହେଲେ ଏହାକୁ ଅଧିକାରୀମାନେ କାର୍ଯ୍ୟକାରୀ କରୁନାହାଁନ୍ତି। ଠିକାଦାରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କ୍ଷମତା ଅଧିକାରୀମାନଙ୍କ ହାତରେ ରହିଛି। କିନ୍ତୁ ଅଧିକାରୀମାନେ ଏ କ୍ଷେତ୍ରରେ ଠିକାଦାରମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଅଧିକାରୀମାନେ ନିଜର ଫାଇଦା ହାସଲ କରି ଓଲଟା କେଉଁ ପୌରସଭ୍ୟ ଠିକାଦାରମାନଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ତାହା କହି ଦେଉଛନ୍ତି। ଫଳରେ ପୌର ସଭ୍ୟମାନେ ଠିକାଦାରମାନଙ୍କ ଟାର୍ଗେଟରେ ରହୁଛନ୍ତି। ଏହା ଜାଣିବା କେତେକ ପୌର ପରିଷଦ ବାଧ୍ୟ ହେଉଛନ୍ତି ଠିକାଦାରମାନଙ୍କ ବିରୋଧରେ ପୌର ପରିଷଦ ବୈଠକରେ କୌଣସି ଅଭିଯୋଗ ନକରିବା ପାଇଁ। ଠିକାଦାରମାନେ କାମ କରୁନଥିବାରୁ ଏବେ ପୌରାଂଚଳରେ ବିଭିନ୍ନ ରାସ୍ତା ଭାଙ୍ଗିରୁଜି ଗଲାଣି। ଏଥିପାଇଁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ପ୍ରତିଦିନ ସକାଳୁ ବରିଷ୍ଠ ନାଗରିକମାନେ ନିଜ ସ୍ୱାସ୍ଥ୍ୟକୁ ସଠିକ ରଖିବା ପାଇଁ ଚଲାବୁଲା କରୁଥିବାବେଳେ ଖାଲରେ ପଡ଼ି ଗୋଡ଼, ହାତ, ଅଂଟା ଭାଙ୍ଗୁଛି। ସେହିପରି ଦିନବେଳା ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଛନ୍ତି। ହେଲେ ଏ କ୍ଷେତ୍ରରେ କେହି ମୁହଁ ଖୋଲୁ ନାହାଁନ୍ତି। ୧୭ ନଂ. କାଉନସିଲର ସ୍ୱାଧୀନ ନାୟକ କହିଛନ୍ତି ବାରମ୍ବାର ପୌର ପରିଷଦ ବୈଠକରେ ଅଭିଯୋଗ ହେଉଛି ଯେ ଠିକାଦାରମାନେ ସଠିକ ସମୟରେ କାହିଁକି କାମ କରୁନାହାଁନ୍ତି। ସେମାନଙ୍କ ବିରୋଧରେ ଅଭିଯୋଗ ହେଲେ ମଧ୍ୟ ପୌର ଅଧିକାରୀ ହୁଅନ୍ତୁ ଅବା ଯନ୍ତ୍ରୀ କେହି କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି। ଫଳରେ ଠିକାଦାରମାନେ ଅଧିକାରୀମାନଙ୍କୁ ଭୟ କରୁନାହାଁନ୍ତି। ଠିକାଦାରମାନଙ୍କୁ ଅନୁରୋଧ କରାଯାଉଛି ଯେଉଁ କାମଗୁଡ଼ିକର ଟେଣ୍ଡର ନେଇଛନ୍ତି ସେଗୁଡ଼ିକୁ ତୁରନ୍ତ ଶେଷ କରି ତାହାର ବିଲ ନେଇ ଯାଆନ୍ତୁ। ଏହାଦ୍ୱାରା ସେମାନେ ଆର୍ôଥକ ସମସ୍ୟାରେ ପଡ଼ିବେ ନାହିଁ। କିନ୍ତୁ କିଛି ଠିକାଦାର ଉଦ୍ଦେଶ୍ୟମୂଳକ ଭାବେ କାମକୁ ବିଳମ୍ବ କରୁଛନ୍ତି। ତାହାର ବାସ୍ତବ କାରଣ ଜଣାପଡ଼ୁନାହିଁ। ଏହାଦ୍ୱାରା ସେମାନେ ଆର୍ôଥକ ସମସ୍ୟାରେ ପଡ଼ୁଛନ୍ତି। ଏ ନେଇ ସେମାନେ ଜନପ୍ରତିନିଧିମାନଙ୍କ ବିରୋଧରେ ଅଯଥା ଅଭିଯୋଗ ଆଣୁଛନ୍ତି। ଫଳରେ ଜନ ପ୍ରତିନିଧିମାନେ ବଦନାମ ହେଉଛନ୍ତି। ତେଣୁ କାହା ବିରୋଧରେ କିଛି ବଦନାମ କରିବା ପରିବର୍ତେ କାମ କରି ଠିକାଦାରମାନେ ବିଲ୍ ନେଇ ଯାଆନ୍ତୁ କାମକୁ ବୋଲି ବୋଲି ସେ ନିବେଦନ କରିଛନ୍ତି। କିନ୍ତୁ ଠିକାଦାରମାନେ କେଉଁ ଉଦ୍ଦେଶ୍ୟ ରଖି ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ତାହା ଜଣାପଡ଼ୁନାହିଁ ବୋଲି ସେ କହିଛନ୍ତି। କଂଗ୍ରେସ ଯୁବ ନେତା ରଶ୍ମୀରଞ୍ଜନ ଚୌଧୁରୀ କହିଛନ୍ତି ଯେତେବେଳେ ଅଧିକାରୀମାନେ ଅପାରଗ ହେବେ ସେତେବେଳେ ଠିକାଦାରମାନେ ବେପରୁଆ ହୋଇଯିବେ। ଠିକାଦାରମାନଙ୍କୁ ତାଗିଦ କରିବାର କାର୍ଯ୍ୟ ହେଉଛି ଅଧିକାରୀମାନଙ୍କର। କିନ୍ତୁ ଅଧିକାରୀମାନେ ଠିକାଦାରମାନଙ୍କ ଠାରୁ ଫାଇଦା ହାସଲ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଗଣେଶ ପୂଜା ଶେଷ ହେଲାଣି। ଆଗକୁ ଆସୁଛି କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା। ଏହାପୂର୍ବରୁ କେନ୍ଦ୍ରାପଡ଼ାର ରାସ୍ତାଘାଟ ମରାମତି ହେବା ଉଚିତ। ଏହାଦ୍ୱାରା ପୂଜା ସମୟରେ ଲୋକମାନେ ପୂଜାକୁ ଭଲଭାବେ ଉପଭୋଗ କରିପାରିବେ। କିନ୍ତୁ ଠିକାଦାରମାନେ ରାସ୍ତା କାମ କରୁନଥିବାରୁ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଡ଼ିମଟର ଖାଲରେ ପଡ଼ି ପ୍ରତିଦିନ ଦୁର୍ଘଟଣା ଘଟୁଛି। ବିଶେଷ କରି ସ୍କୁଲ, କଲେଜ ପିଲାମାନେ ହଇରାଣ ହରକତ ହେଉଛନ୍ତି। ଲକ୍ଷ୍ମୀପୂଜା ପୂର୍ବରୁ ପୌରପାଳିକା ଅଂଚଳରେ ରାସ୍ତାଘାଟ ମରାମତି ହେବା ଉଚିତ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଲେ ବର୍ଷା ଯୋଗ ସମସ୍ୟା ହୋଇଛି। କିନ୍ତୁ ଗଜଲକ୍ଷ୍ମୀ ପୂଜା ପୂର୍ବରୁ ରାସ୍ତାଘାଟ ସମସ୍ୟା ସମାଧାନ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande