କୋଲାବିରାରେ ସାଇବର ଠକେଇ ବିରୋଧରେ ସଚେତନତା ଅଭିଯାନ
Awareness on cyber froud
କୋଲାବିରାରେ ସାଇବର ଠକେଇ ବିରୋଧରେ ସଚେତନତା


ଝାରସୁଗୁଡା, ୧୯ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମମାସ ଅବସରରେ ଚାଲିଥିବା ସେବା ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ କୋଲାବିରାରେ ସାଇବର ଅପରାଧ ଓ ଅନଲାଇନ୍ ଠକେଇ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଭାରତୀୟ ଜନତା ପାର୍ଟିର କୋଲାବିରା ମଣ୍ଡଳ ପକ୍ଷରୁ କୋଲାବିରା କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଏବଂ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସପି) ବିଶିଷ୍ଟ ଅତିଥି ଭାବେ ଯୋଗଦେବେ।

କାର୍ଯ୍ୟକ୍ରମରେ ସାଇବର ଅପରାଧରୁ ନିଜକୁ ସୁରକ୍ଷିତ ରଖିବା, ଅନଲାଇନ୍ ଠକେଇର ବିଭିନ୍ନ ଉପାୟ ଚିହ୍ନଟ କରିବା ଏବଂ ଡିଜିଟାଲ୍ କାରବାର ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ ନେଇ ଜନସାଧାରଣଙ୍କୁ ସଚେତନ କରାଯିବ। ସାଇବର ଠକେଇର ଶିକାର ନ ହେବା ପାଇଁ ମୋବାଇଲ୍, ବ୍ୟାଙ୍କିଂ ଓ ଅନଲାଇନ୍ ଲେନଦେନରେ ସତର୍କ ରହିବାକୁ ମଧ୍ୟ ଆହ୍ୱାନ ଦିଆଯିବ।

ସାଇବର ଅପରାଧ ରୋକିବାରେ ଜନସଚେତନତା ହିଁ ପ୍ରମୁଖ ଅସ୍ତ୍ର ହୋଇଥିବାରୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ ବୋଲି ଆୟୋଜକମାନେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande