
ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ସ୍ଥିତ କାଳୀପଡ଼ିଆରେ ପୂର୍ବତନ ବିଧାୟକ, ଘାସ ଫୁଲର ପ୍ରତିଷ୍ଠାତା ସମ୍ପାଦକ ଦିବଙ୍ଗତ ଜନନେତା ବିଷ୍ଣୁ ସେଠୀଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ସମାରୋହ ଶନିବାର ଅନୁଷ୍ଠିତ ହୋଉଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଜନନେତା ସ୍ୱର୍ଗତ ବିଷ୍ଣୁ ସେଠୀ ନୂତନ ସୃଷ୍ଟିର ସୂତ୍ରଧର ଥିଲେ। ସେ ନୂତନଙ୍କୁ ସୃଷ୍ଟି କରିବା ସହ ପ୍ରତି ଫଳିତ କରିବାରେ ତାଙ୍କର ଦକ୍ଷତା ଥିଲା ଅନନ୍ୟ।ଆଗକୁ ପ୍ରତ୍ୟେକ ଅଙ୍ଗନୱାଡ଼ିରେ ମଙ୍ଗଲ ମେଲନ ସେବା ' କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପିଲାମାନଙ୍କ ଭିତରେ ପୋଷକ ଦେଖିବାର ମନୋବୃତି ସମସ୍ତଙ୍କ ଭିତରେ ରହିଲେ ସ୍ୱର୍ଗତ ସେଠୀଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବିଷ୍ଣୁ ସେଠୀଙ୍କ ତୈଳଚିତ୍ର ସହିତ ଘାସଫୁଲ' ପତ୍ରିକାର ୱେବସାଇଟ ଉନ୍ମୋଚନ କରିବା ଅବସରରେ କହିଥିଲେ ଯେ, ସମାଜର ହିତସାଧନ କରିଥିବା ବିଷ୍ଣୁ ସେଠୀ ବିଚାରଧାରାରେ କାର୍ଯ୍ୟକରିପାରିଲେ ସେହି ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ।ବରେଣ୍ୟ ଅତିଥି ଭାବେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ ସ୍ୱର୍ଗତ ବିଷ୍ଣୁ ସେଠୀ କଠୋର ନିଷ୍ପତି ନେଇପାରୁଥିବା ବେଲେ ନିଜର ସ୍ୱପ୍ନ ଓ ଆବେଗକୁ ଜଳାଞ୍ଜଳି ଦେଇ ସମାଜ କଲ୍ୟାଣର ସ୍ୱପ୍ନ ଦେଖୁଥିଲେ ବୋଲି କହିଥିଲେ। ସମ୍ନାନିତ ଅତିଥି ଭାବେ ପଂଚାୟତରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଭୂତି ଭୂଷଣ ପ୍ରଧାନ, ସିଦ୍ଧାନ୍ତ ମହାପାତ୍ର, ବିଭୂ ତରାଇ,ଗଣେଶ୍ୱର ବେହେରା,ଛବି ମଲ୍ଲିକ, ଅମର ନାୟକ, ପଦ୍ମଲୋଚନ ପଣ୍ଡା, ଦେବୀରଞ୍ଜନ ତ୍ରିପାଠୀ, ଡ. ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ଅଶୋକ କୁମାର ଦାସ, ମୋହନ ମହାନ୍ତି, ଅଶ୍ରିତ ପଟ୍ଟନାୟକ, ସୀମାରାଣୀ ନାୟକ ଓ ଅମରେନ୍ଦ୍ର ଦାସ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ପର୍ଶୁରାମ ଧଡ଼ା, ମହିଳା କମିଶନ ଅଧ୍ୟକ୍ଷା ସ୍ୱପ୍ନା ମହାନ୍ତି, ତିହିଡି଼ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଡ. ସତ୍ୟ ନାରାୟଣ ଆଚାର୍ଯ୍ୟ, ଗୌତମ ରାୟ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ,ନାଟ୍ୟକାର ବିଜୟ ଦାସ, କବି ଡ. ନୃସିଂହ ଷଡ଼ଙ୍ଗୀ, ପ୍ରବଚକ ବୀରେନ୍ଦ୍ର ପଣ୍ଡା , ସଂଗ୍ରାମ ଆଚାର୍ଯ୍ୟ,ଡ଼ା . ରଞ୍ଜିତ ଖଟୁଆ,ସତ୍ୟାନନ୍ଦ ରାଉତ,ରଞ୍ଜିତା ସ୍ୱାଇଁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସେଠୀଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଘାସଫୁଲ ପତ୍ରିକାର ପାର୍ବଣ ସଂଖ୍ୟା ସହିତ ବିଷ୍ଣୁ ବୈଭବ' ଓ କଫି ହାଉସ' ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ସ୍ୱର୍ଗତ ସେଠୀଙ୍କ ସୁପୁତ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ୱର୍ଗତ ସେଠୀଙ୍କ ପତ୍ନୀ ଉର୍ମିଳା ପାଣିଗ୍ରାହୀ, ଝିଅ ଶ୍ରୁତି ଶରଣ୍ୟା, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ପ୍ରକାଶକ ଶ୍ରୀଗୋବିନ୍ଦ, ଚିତ୍ରଶିଳ୍ପୀ ଚୂଡ଼ାମଣି ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଗୀତିକାର ପଂଚାନନ ନାୟକ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୋଲିସ ଡ଼ିଆଇଜି ପିନାକୀ ମିଶ୍ର,ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା,ବରିଷ୍ଠ କବି ହୃଦାନନ୍ଦ ପାଣିଗ୍ରାହୀ, ତ୍ୟାଗଭୂମି ସମ୍ମେଳନ ସଭାପତି ଅଜୟ କୁମାର ନାୟକ, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଡ. ବିଶ୍ୱରଞ୍ଜନ ଦାସ, ଅଧ୍ୟାପିକା ସଂଯୁକ୍ତା ଭାରତୀ, କବି ସଞ୍ଜିତ ବଳ,ଗୌରାଙ୍ଗ ବାରିକ,ଦୈତ୍ୟାରୀ ମହାପାତ୍ର, ବିଭୂତି ଭୂଷଣ ସେନାପତି , ଶଶିକାନ୍ତ ବିଶ୍ୱାଳ,ସୁଧ୍ୱନା ନାୟକ,ସୁପ୍ରଭା ପାଣି,କୁନ୍ତଳା ମଲିକ,ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଧାମନଗର ଭାଜପା ପ୍ରଭାରୀ ବୁଦ୍ଧଦେବ ଜେନା, ଶୁକଦ୍ୱେ ମଲିକ,ସରପଂଚ ଶୁଭ୍ର ନାରାୟଣ ସେଠୀ, ପ୍ରଦୀପ ବଳ, ପୁଷ୍ପାଞ୍ଜଳୀ ଲେଙ୍କା,ଝରଣା ଜେନା,ଭାଜପା ମଣ୍ଡଳ ସଭାପତି କେଶବ ବେହେରା, ସୁବାସ ସେଠୀ, ଅମୂଲ୍ୟ ସେନାପତି, ଆଲୋକ ବିକାଶ ପ୍ରିୟଦର୍ଶୀ,ମନୋଜ ଦାସ,ଅଜୟ ମହାନ୍ତି,କମଳାକାନ୍ତ ଲେଙ୍କା,ଶୁଭେନ୍ଦୁ ମଲ୍ଲି,ଅଜୟ ମହାପାତ୍ର,ପ୍ରଦୀପ ସାହୁ,ମନୋଜ ପାଣିଗ୍ରାହୀ, ଅଶୋକ ରାଉତ, ଧୀରେନ୍ଦ୍ର ସାହୁ, ଜୟନ୍ତ କୁମାର ନାୟକ, ସରୋଜ ନାୟକ, ସୂର୍ଯ୍ୟ ନାରାୟଣ ଭୋଇ,ତପୁନ ପାଣି,ହରିଶ୍ଚନ୍ଦ୍ର ନାୟକ,ଗଣେଷ କର,ଜୟଚନ୍ଦ୍ର ବେହେରା,ସୁମନ୍ତ ମହାନ୍ତି ପ୍ରମୁଖଙ୍କ ସମେତ ବିଭିନ୍ନ ସ୍ୱେଛାସେବୀ ସଂଗଠନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ