ମୁଖ୍ୟମନ୍ତ୍ରୀଙ୍କ ୨ ବଙ୍ଗଳାର ମରାମତି ଓ ଉନ୍ନତିକରଣରେ ୩.୩ କୋଟି ଟଙ୍କା ଖର୍ଚ୍ଚ ନେଇ ବିଜେଡିର ସମାଲୋଚନା
ଭୁବନେଶ୍ବର , 19 ସେପ୍ଟେମ୍ବର (ହି.ସ.) -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨ଟି ସରକାରୀ ଘରର ମରାମତି ଓ ଉନ୍ନତିକରଣ ପାଇଁ ୩.୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଖବର ଲୋକଲୋଚନକୁ ଆସିବା ପରେ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ନିଜକୁ ଲୋକଙ୍କ ସରକାର ବୋଲି ଦାବି କରୁଥିବା
ମୁଖ୍ୟମନ୍ତ୍ରୀଙ୍କ ୨ ବଙ୍ଗଳାର ମରାମତି ଓ ଉନ୍ନତିକରଣରେ ୩.୩ କୋଟି ଟଙ୍କା ଖର୍ଚ୍ଚ ନେଇ ବିଜେଡିର ସମାଲୋଚନା


ଭୁବନେଶ୍ବର , 19 ସେପ୍ଟେମ୍ବର (ହି.ସ.) -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨ଟି ସରକାରୀ ଘରର ମରାମତି ଓ ଉନ୍ନତିକରଣ ପାଇଁ ୩.୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଖବର ଲୋକଲୋଚନକୁ ଆସିବା ପରେ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ନିଜକୁ ଲୋକଙ୍କ ସରକାର ବୋଲି ଦାବି କରୁଥିବା ରାଜ୍ୟ ବିଜେପି ସରକାର ମାତ୍ର ୨ ବର୍ଷରେ ୧,୩୮,୦୦୦ କୋଟି ଟଙ୍କା ଋଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାର ମରାମତି ଓ ଉନ୍ନତିକରଣରେ ୩.୩ କୋଟି ଟଙ୍କା ଖର୍ଚ୍ଚ ହେବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେଡି ପ୍ରଶ୍ନ କରିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ କହିଥିଲେ ଯେ, ଓଡିଶା ପରି ଏକ ଗରିବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇଟି ଘରର ମରାମତି ଓ ଉନ୍ନତିକରଣ ପାଇଁ ୩.୩ କୋଟି ଟଙ୍କା ଖର୍ଚ୍ଚ ହେବା ଏକ ଚିନ୍ତାଜନକ ବିଷୟ । ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ବେଳେ, ପ୍ରଥମେ ଦୁଇ ଦୁଇଟି ଘର ରଖିବା ଓ ଏହାର ମରାମତି ଓ ଉନ୍ନତିକରଣ ପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଟଙ୍କା ବ୍ୟୟ କରାଯିବା, ମୁଖ୍ୟମନ୍ତ୍ରୀଙ୍କ ବିଳାସପୂର୍ଣ୍ଣ ମାନସିକତାକୁ ପ୍ରଦର୍ଶିତ କରୁଛି । ସୂଚନା ଅଧିକାର ଆଇନ ବଳରେ କେଉଁ କେଉଁ କାମ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନର ଉତ୍ତରରେ ଏହି ଉତ୍ତର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବିପନ୍ନ ହେବ ଓ ରାଜ୍ୟର କ୍ଷତି ହେବ ବୋଲି ଅବାନ୍ତର ଯୁକ୍ତି ଦିଆଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, କେଉଁ କାରଣ ପାଇଁ ରାଜ୍ୟ ସରକାର ଏହି ତଥ୍ୟ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ?

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଅଢେଇ ବର୍ଷର ବିଜେପି ଶାସନରେ, ରାଜ୍ୟର ବିକାଶ ଠପ୍ ହୋଇଥିବା ବେଳେ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡିଛି । ଗତ ୨ ବର୍ଷରେ ରାଜ୍ୟ ସରକାର ୧,୩୮,୦୦୦ କୋଟି ଟଙ୍କା ଋଣ କରିଛନ୍ତି । ଓଡିଶାକୁ ଦେଶର ଏକ ନମ୍ୱର ରାଜ୍ୟ କରିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ଅପାରଗ ପଣରେ ବିଜେପି ସରକାର ଏକ ନମ୍ୱର ହୋଇଛି । ଓଡ଼ିଶାର ରାଜନୀତି ଇତିହାସରେ ଆସିଥିବା ସମସ୍ତ ସରକାର ମାନଙ୍କ ଭିତରୁ ବିଜେପି ସରକାର ଅପାରଗପଣରେ ସବୁଠାରୁ ଆଗରେ ରହିଛି ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଅଢେଇ ବର୍ଷର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହିତ ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଇଛି । ସେହିପରି ନିତ୍ୟ ଆବଶ୍ୟକୀୟ ଜିନିଷର ଅହେତୁକ ଦର ବୃଦ୍ଧି, ଖଣିଜ ସମ୍ପଦର ହରିଲୁଟ୍, ବେକାରୀ ସମସ୍ୟା ବୃଦ୍ଧି, ଦାଦନ ସମସ୍ୟାରେ ବୃଦ୍ଧି ଇତ୍ୟାଦି କାରଣରୁ ରାଜ୍ୟବାସୀ ଅତିଷ୍ଟ ହେଲେଣି । ଫ୍ରାନ୍ସ ଜଳୁଥିବା ବେଳେ ଏହାର ଶାସକ ନୁ୍ୟରୋ ବଂଶୀ ବାଦନ କରୁଥିବା ସଦୃଶ୍ୟ ଓଡିଶାବାସୀ ବିଭିନ୍ନ ସମସ୍ୟାରେ ହନ୍ତସନ୍ତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ବିଳାସରେ ରହିବାକୁ ପସନ୍ଦ କରୁଛନ୍ତି । ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖବର କାଗଜ ଓ ହୋର୍ଡିଙ୍ଗ ମାଧ୍ୟମରେ ବଡ଼ ବଡ଼ ବିଜ୍ଞାପନ ଦେଇ ନିଜର ପ୍ରଚାରରେ ବ୍ୟସ୍ତ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande