
ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ.) - ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଏମସି ର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ସୋମବାର ପରିବର୍ତେ ମଙ୍ଗଳବାର ଦିନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏନେଇ ବିଏମସି ପକ୍ଷରୁ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସୂଚନା ଦିଆଯାଇଛି।
ବିଏମସି ପକ୍ଷରୁ କୁହାଯାଇଛି ଆସନ୍ତା ସୋମବାର ୨୧-୦୯-୨୦୨୬ରେ କର୍ପୋରେସନ ବୈଠକ ଅନୁଷ୍ଠିତ ହେଉଥିବାରୁ ; ସୋମବାର ଅଭିଯୋଗ ଶୁଣାଣି ପରବର୍ତୀ କାର୍ଯ୍ୟ ଦିବସ ତା ୨୨-୦୯-୨୦୨୬ ରିଖ (ମଙ୍ଗଳବାର) ଦିନ ଅନୁଷ୍ଠିତ ହେବ । ଏହି ଅପରିହାର୍ଯ୍ୟ ପରିବର୍ତନ ନିମନ୍ତେ ନାଗରିକଙ୍କ ସହଯୋଗ କାମନା କରିଛି ବିଏମସି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା