ଭଦ୍ରକରେ ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ
ବିଷ୍ଣୁ ଭାଇ ଥିଲେ ନିଷ୍ଠା ଓ ଦିଗଦର୍ଶନର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ/ତିହିଡ଼ି/ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ.) - ଧାମନଗରର ପୂର୍ବତନ ବିଧାୟକ, ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧୀ ଦଳର ଉପନେତା ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ ଏବେ ଜଣେ ବିଚାର ଓ ଅନୁଷ୍ଠାନରେ ପରିଣତ ହୋଇସାରିଛନ୍ତି ।
dp


ବିଷ୍ଣୁ ଭାଇ ଥିଲେ ନିଷ୍ଠା ଓ ଦିଗଦର୍ଶନର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ

ଭଦ୍ରକ/ତିହିଡ଼ି/ଭୁବନେଶ୍ୱର,୧୯ ସେପ୍ଟେମ୍ବର (ହି.ସ.) - ଧାମନଗରର ପୂର୍ବତନ ବିଧାୟକ, ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧୀ ଦଳର ଉପନେତା ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ ଏବେ ଜଣେ ବିଚାର ଓ ଅନୁଷ୍ଠାନରେ ପରିଣତ ହୋଇସାରିଛନ୍ତି । ସେ ଥିଲେ ଜନସେବା, ନିଷ୍ଠା ଓ ଦଳୀୟ ସଂଗଠନକୁ ନୂତନ ଦିଗଦର୍ଶନ ଦେବାର ଏକ ସୁଦୃଢ଼ ଆଦର୍ଶ ଏବଂ ପ୍ରେରଣାର ମହାନ୍ ପ୍ରତୀକ। ଶନିବାର ତାଙ୍କର ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ଭଦ୍ରକ ଜିଲ୍ଲା ତିହିଡ଼ି ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଏହି ଅବସରରେ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିଷ୍ଣୁ ସେଠୀ ସ୍ମୃତି ସଂସଦ' ଦ୍ୱାରା ପ୍ରକାଶିତ ବିଷ୍ଣୁ ବିଭବ' ଓ ଘାସଫୁଲ'ର ବିଶେଷ ପତ୍ରିକା ଏବଂ ସଂସ୍କରଣ ସହ ଘାସଫୁଲ' ନାମକ ଡିଜିଟାଲ୍ ୱେବସାଇଟ୍ ର ଲୋକାର୍ପଣ କରିଥିଲେ । ଏହି ସ୍ମରଣ ସଭାରେ ଶ୍ରୀ ପ୍ରଧାନ ନିଜର ପୁରୁଣା ସ୍ମୃତିରୋମନ୍ଥନ କରି କହିଛନ୍ତି ଯେ, ୨୦୦୦ ମସିହାରେ ସେ ଏବଂ ବିଷ୍ଣୁ ଭାଇ ଏକାସାଙ୍ଗରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଧାନସଭାରେ ଏକାଠି ବସିବା ଠାରୁ ଆରମ୍ଭ କରି ଏକା କମିଟିରେ କାର୍ଯ୍ୟ କରିବା ପର୍ଯ୍ୟନ୍ତ ତାଙ୍କ ସହ ଅନେକ ଅଭୁଲା ସ୍ମୃତି ରହିଛି । ଦଳର ପ୍ରାରମ୍ଭିକ ଦିନରେ ଯେତେବେଳେ ହାତଗଣତି କେତେଜଣ ନେତା ଥିଲେ, ସେତେବେଳେ ବିଷ୍ଣୁ ଭାଇ ଅତ୍ୟନ୍ତ ପରିଶ୍ରମୀ ଥିଲେ। ରାମ ଜନ୍ମଭୂମି ଆନ୍ଦୋଳନ ପରେ ଓଡ଼ିଶାରେ ଦଳର ଯେଉଁ ବ୍ୟାପକ ବିସ୍ତାର ଆରମ୍ଭ ହେଲା, ସେଥିରେ ବିଷ୍ଣୁ ଭାଇ ଆମ ଦଳର ମୁଖ୍ୟ ଚେହେରା ସାଜିଥିଲେ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସମାଜର ଗରିବ ଓ ନିଷ୍ପେସିତ ଲୋକଙ୍କ ପାଇଁ ନିଜର ଭାବନା, ଆବେଗ ଓ ସର୍ବସ୍ୱ ଜଳାଞ୍ଜଳି ଦେଇଥିବା ଏକ ଅନୁଷ୍ଠାନର ନାଁ ହେଉଛି ବିଷ୍ଣୁ ସେଠୀ। ସେ ଜନସେବା, ରାଜନୈତିକ ମୂଲ୍ୟବୋଧ ଏବଂ ଜଣେ ପ୍ରତିଭାବାନ୍ ସାହିତ୍ୟିକ ଭାବେ ଏକ ଲମ୍ବା ରେଖା ଟାଣିଛନ୍ତି। ଭଦ୍ରକ ଜିଲ୍ଲାର କୌଣସି ସାମାଜିକ ସଂଗଠନ ହେଉ କି ଦାୟିତ୍ୱସମ୍ପନ୍ନ କାର୍ଯ୍ୟ, ସେ ସବୁଥିରେ ମାହିର ଥିଲେ । ସରକାର ଓ ବ୍ୟବସ୍ଥା ସାମ୍ନାରେ ସାଧାରଣ ଲୋକଙ୍କ ହକ୍ ପାଇଁ ସ୍ୱର ଉତୋଳନ କରିବାରେ ସେ ଥିଲେ ଅତ୍ୟନ୍ତ ନିର୍ଭୀକ ନେତା । ତାଙ୍କର ଆବର୍ତମାନରେ ତାଙ୍କର ଏହି ନୀତି, ବିଚାର ଓ ପ୍ରେରଣା ସବୁ କାର୍ଯ୍ୟକର୍ତାଙ୍କ ପାଇଁ ସହାୟକ ହେବ।

ପ୍ରକାଶିତ ଘାସଫୁଲ' ପତ୍ରିକା ଓ ଡିଜିଟାଲ୍ ସଂସ୍କରଣ ବିଷୟରେ ଆଲୋଚନା କରି କହିଛନ୍ତି ଯେ, ଓଡ଼ିଶାର ଗରିବ, ବଂଚିତ ଓ ନିଷ୍ପେସିତ ଲୋକଙ୍କ ଅଭିବ୍ୟକ୍ତି ପ୍ରକାଶର ମୁଖ୍ୟ ମଂଚ ହେଉଛି ଘାସଫୁଲ'। ଏହା ନିୟମିତ ସାହିତ୍ୟ ଓ ପ୍ରବନ୍ଧ ଆକାରରେ ବାହାରିଲେ ତାହା ହିଁ ବିଷ୍ଣୁ ଭାଇଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଏହାସହ ସ୍ୱର୍ଗତ ବିଷ୍ଣୁ ଭାଇଙ୍କ ସଂସ୍କାର ଓ ଆଦର୍ଶରେ ଆଜି ତାଙ୍କ ପୁଅ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଆଗକୁ ବଢ଼ୁଛନ୍ତି।

ସ୍ୱର୍ଗତ ବିଷ୍ଣୁ ଭାଇଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ସେତେବେଳେ ହେବ, ଯେତେବେଳେ ଆମେ ସମସ୍ତେ ସମାଜ ପ୍ରତି ନିଜର ଦାୟିତ୍ୱ ବୁଝି ବିଦ୍ୟାଳୟ ଓ ଅଙ୍ଗନବାଡ଼ିରେ ପଢୁଥିବା ପିଲାମାନଙ୍କର ପୋଷଣ ଏବଂ ଯତ୍ନର ଦାୟିତ୍ୱ ନେବା ସହ ପ୍ଲାଷ୍ଟିକ୍-ମୁକ୍ତ ଓ ସ୍ୱଚ୍ଛ ପରିବେଶ ଗଢ଼ିତୋଳିବା। ଏହି ସାମାଜିକ ଦାୟିତ୍ୱକୁ ଏକ ଜନଆନ୍ଦୋଳନ'ରେ ପରିଣତ କରି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande