ବ୍ରଜରାଜନଗର ପୁଲିସ ଜାଲରେ ଦୁଇ ଯୁବକ, ଦେଶୀ ବନ୍ଧୁକ ସହ ୨ ରାଇଫଲ୍ ଆକୃତିର ଅସ୍ତ୍ର ଜବତ
Brajrajnagar police arrest two youths
ବ୍ରଜରାଜନଗର ପୁଲିସ ଜାଲରେ ଦୁଇ ଯୁବକ ଦେଶୀ ବନ୍ଧୁକ ସହ ୨


ଝାରସୁଗୁଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୁଲିସ ମୋଟରଯାନ ଯାଞ୍ଚ ବେଳେ ଦୁଇ ଜଣ ଯୁବକଙ୍କୁ ଅଟକାଇ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ (ମାଉଜର) ସମେତ ଦୁଇଟି ରାଇଫଲ୍ ଆକୃତିର ଅସ୍ତ୍ର ଜବତ କରିଛି। ଏଥିସହ ଗୋଟିଏ ୟାମାହା ଆର୍-୧୫ ମୋଟରସାଇକେଲ ମଧ୍ୟ ଜବତ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ଶନିବାର ଗୋଲଚକର ଛକ ନିକଟରେ ନିୟମିତ ମୋଟରଯାନ ଯାଞ୍ଚ ଓ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ପୁଲିସକୁ ଦେଖି ଏକ ୟାମାହା ଆର୍-୧୫ରେ ଯାଉଥିବା ଦୁଇ ଯୁବକ ଖସିଯିବାକୁ ଉଦ୍ୟମ କରିଥିଲେ। ଏସଆଇ ପ୍ରଭାକର ପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ୍ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା। ଅଟକ ଦୁଇ ଯୁବକ ଲଖନପୁର ଥାନା ଅଞ୍ଚଳ ବିଛୁଆପଡ଼ାର ସନ୍ତୋଷ ଡାଙ୍ଗ ଓରଫ ଜୁକୁଲୁ (୨୪) ଏବଂ କୁଡ଼ାଲୋଇ ଗଙ୍ଗାପଡ଼ାର ମୁତୁରୁ ମୁଣ୍ଡା ଓରଫ କରନ (୨୮) ବୋଲି ଜଣାପଡ଼ିଛି। ତଲାସୀ ବେଳେ ମୁତୁରୁଙ୍କ ନିକଟରୁ କୌଣସି ବୈଧ ଅନୁମତି କିମ୍ବା ଲାଇସେନ୍ସ ନଥିବା ଗୋଟିଏ ଦେଶୀ ବନ୍ଧୁକ (ମାଉଜର) ମିଳିଥିଲା। ଏହାପରେ ମୋବାଇଲ ଫୋନରେ ରାଇଫଲ୍ ଆକୃତିର ଅସ୍ତ୍ରର ଫଟୋ ଥିବା ଜଣାପଡ଼ିବା ପରେ ପୁଲିସ ଯାଞ୍ଚ କରି ଆଉ ଦୁଇଟି ରାଇଫଲ୍ ଆକୃତିର ଅସ୍ତ୍ର ଜବତ କରିଥିଲା। ଅସ୍ତ୍ରଗୁଡ଼ିକ କେଉଁଠାରୁ ଆସିଥିଲା, ଏହା ପଛରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଅସ୍ତ୍ରଗୁଡ଼ିକର ବ୍ୟବହାର ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande