ନାଳ ପୋଲ ନିକଟରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର, ଚିହ୍ନଟ ପାଇଁ ପୋଲିସର କସରତ
ଚମ୍ପୁଆ, ୧୯ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ନାଗରପାଳ ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାଗରପାଳ ଗ୍ରାମ ଦେଇ ପ୍ରବାହିତ ହେଉଥିବା ଏକ ନାଳ ପୋଲ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଂଚଳରେ ଏହାକୁ ନେଇ ଚାଂଚଲ୍ୟ ଖେଳିଯ
ଅଜଣା ମୃତ ବ୍ୟକ୍ତି


ଚମ୍ପୁଆ, ୧୯ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ନାଗରପାଳ ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାଗରପାଳ ଗ୍ରାମ ଦେଇ ପ୍ରବାହିତ ହେଉଥିବା ଏକ ନାଳ ପୋଲ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଂଚଳରେ ଏହାକୁ ନେଇ ଚାଂଚଲ୍ୟ ଖେଳିଯାଇଛି। ଖବର ଅନୁସାରେ, ଆଜି ସକାଳେ ଗ୍ରାମର କିଛି ଲୋକ ନାଳ ପଟକୁ ଯାଇଥିବା ବେଳେ ପୋଲ ନିକଟରେ ଶବଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେମାନେ ତୁରନ୍ତ ବାରିଆ ପୋଲିସକୁ ସୂଚନା ଦେଇଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ବାରିଆ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଶବ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କର କୌଣସି ପରିଚୟ ମିଳିପାରି ନାହିଁ। ବାରିଆ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ମୃତ୍ୟୁର ପ୍ରକୃତ କାରଣ ଖୋଜିବା ପାଇଁ ଶବକୁ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ ପୋଲିସ ସମସ୍ତ ଦିଗକୁ ଆଖିରେ ରଖି ଅଧିକ ତଦନ୍ତ ଜାରି ରଖିଛି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande