ହାତୀ ଆକ୍ରମଣରେ ଯୁବକ ଗୁରୁତର
ଚମ୍ପୁଆ, ୧୯ ସେପ୍ଟେମ୍ବର(ହି.ସ.) – ହାତୀ ଦେଖିବାର ଜିଦ୍ ଏବଂ ଅସାବଧାନତା ଯୋଗୁଁ ପୁଣି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବର୍ଦ୍ଧନା ରିଜର୍ଭ ଫରେଷ୍ଟର ବଳପଦା ଜଙ୍ଗଲ କ୍ରସର ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଯୁବକ ଜଣକ ଅସନପା
ମୃତ ଯୁବକ


ଚମ୍ପୁଆ, ୧୯ ସେପ୍ଟେମ୍ବର(ହି.ସ.) – ହାତୀ ଦେଖିବାର ଜିଦ୍ ଏବଂ ଅସାବଧାନତା ଯୋଗୁଁ ପୁଣି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବର୍ଦ୍ଧନା ରିଜର୍ଭ ଫରେଷ୍ଟର ବଳପଦା ଜଙ୍ଗଲ କ୍ରସର ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଯୁବକ ଜଣକ ଅସନପାଟ ଗ୍ରାମର ଜିତୁ ନାଏକ(୩୨) ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଏହି ଅଂଚଳରେ ଏକ ୩୨ଟିକିଆ ହାତୀ ପଲ ଡେରା ପକାଇଛନ୍ତି। ହାତୀଙ୍କ ଉପସ୍ଥିତି ଯୋଗୁଁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ରହିଥିବାବେଳେ, ଅନ୍ୟପଟେ କିଛି ଅମାନିଆ ଯୁବକ ଦୈନିକ ହାତୀ ଦେଖିବା ଏବଂ ମୋବାଇଲ୍ରେ ଫଟୋ-ଭିଡିଓ ଉତୋଳନ କରିବା ପାଇଁ ଜଙ୍ଗଲ ମୁହାଁ ହେଉଛନ୍ତି। ଜିତୁ ମଧ୍ୟ ସମାନ ଭାବେ ହାତୀ ଦେଖିବାକୁ ଜଙ୍ଗଲ ଭିତରକୁ ଯାଇଥିବା ବେଳେ ହଠାତ୍ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ଆକ୍ରମଣ କରି ଜିତୁକୁ ଶୁଣ୍ଢରେ ଧରି କଚାଡ଼ି ଦେବା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଘଟଣାସ୍ଥଳରୁ ବନବିଭାଗ କର୍ମଚାରୀମାନେ ଉଦ୍ଧାରକରୀ ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଗଭୀର ଉଦ୍ୱେଗ ପ୍ରକାଶ ପାଇଛି। ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ହାତୀ ପଲଙ୍କ ନିକଟକୁ ନଯିବା ପାଇଁ ବାରମ୍ବାର ବାରଣ କରାଯାଉଛି। ତଥାପି ଯୁବପିଢ଼ି ନିଜ ଜୀବନକୁ ବାଜି ଲଗାଇ ଜଙ୍ଗଲ ଭିତରକୁ ପ୍ରବେଶ କରୁଥିବାରୁ ଏଭଳି ଅଘଟଣ ବାରମ୍ବାର ଘଟୁଛି। ଏହି ଜିଦ୍ଖୋର ମନୋଭାବ ଯୋଗୁଁ ବନ ବିଭାଗର ସମସ୍ତ ପ୍ରୟାସ ଏବେ ବିଫଳ ସାବ୍ୟସ୍ତ ହେଉଥିବା ଦେଖିବାକୁ ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande