ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ
କେନ୍ଦ୍ରାପଡ଼ା, ୧୯ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର ଆଜି କେନ୍ଦ୍ରାପଡ଼ା ସହରର ଅଯୋଧ୍ୟାନଗରସ୍ଥିତ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି, ଶିକ୍ଷଣ ପରିବେଶ ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଆବଶ୍ୟକତା ସମ୍ପର
---------------ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ


କେନ୍ଦ୍ରାପଡ଼ା, ୧୯ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟର ଆଜି କେନ୍ଦ୍ରାପଡ଼ା ସହରର ଅଯୋଧ୍ୟାନଗରସ୍ଥିତ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଭିତ୍ତିଭୂମି, ଶିକ୍ଷଣ ପରିବେଶ ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ସମୀକ୍ଷା କରିଥିଲେ।

ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ପାଠପଢ଼ା, ଦୈନନ୍ଦିନ କାର୍ଯ୍ୟକଳାପ, ଆବଶ୍ୟକତା ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଛାତ୍ରଛାତ୍ରୀଙ୍କ ଉତ୍ସାହ, ଆତ୍ମବିଶ୍ୱାସ ଓ ସକାରାତ୍ମକ ମନୋଭାବକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ। ଜିଲ୍ଲାପାଳ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ସହ ମଧ୍ୟ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ, ଯତ୍ନ, ମାର୍ଗଦର୍ଶନ ଏବଂ ବିଦ୍ୟାଳୟ ପରିଚାଳନା ସମ୍ପର୍କରେ ତଥ୍ୟ ନେଇଥିଲେ। ଏଥିସହ ବିଦ୍ୟାଳୟରେ ଉପଲବ୍ଧ ବିଭିନ୍ନ ସୁବିଧା, ଶିକ୍ଷଣ ପରିବେଶ ଓ ଆବଶ୍ୟକ ଭିତ୍ତିଭୂମିର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ।ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ, ସମାବେଶୀ ଓ ସହାୟକ ଶିକ୍ଷା ପରିବେଶ ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀମାନେ ଯେପରି ଆତ୍ମବିଶ୍ୱାସର ସହ ଶିକ୍ଷା ଗ୍ରହଣ କରି ନିଜର ଦକ୍ଷତା ଓ ପ୍ରତିଭାର ବିକାଶ କରିପାରିବେ, ସେଥିପାଇଁ ଆବଶ୍ୟକ ସହଯୋଗ ଓ ସୁବିଧା ପ୍ରଦାନ ଉପରେ ସେ ଗୁରୁତ୍ୱ ଦେଇଥିଲେ। ବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ଓ ଛାତ୍ରଛାତ୍ରୀଙ୍କ ବିଶେଷ ଶିକ୍ଷାଗତ ତଥା କଲ୍ୟାଣମୂଳକ ଆବଶ୍ୟକତା ପ୍ରତି ଅଧିକ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande