
ନୂଆଦିଲ୍ଲୀ, ୧୯ ସେପ୍ଟେମ୍ବର (ହି.ସ.)- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ଦିନ ପଞ୍ଜାବର ଶ୍ରୀ ଫତେହଗଡ଼ ସାହିବରେ ଥିବା ଗୁରୁଦ୍ୱାର ଶ୍ରୀ ଜ୍ୟୋତି ସରୂପ ସାହିବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ କହିଥିଲେ ଯେ, ବୀର ସାହିବଜାଦେ ଏବଂ ମାତା ଗୁଜ୍ରି ଜୀଙ୍କ ସହିଦ ସ୍ମୃତି ସହିତ ଜଡ଼ିତ ଏହି ପବିତ୍ର ଭୂମି ହେଉଛି ବଳିଦାନ, ତପସ୍ୟା, ସାହସ ଏବଂ ଧର୍ମନିଷ୍ଠାର ଏକ ଅମର ପ୍ରେରଣା ।
ଗୁରୁ ଚରଣରେ ପଞ୍ଜାବର ପ୍ରତ୍ୟେକ ପରିବାରର ସୁଖ, ସମୃଦ୍ଧି ଏବଂ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଥିଲେ । ସେ କହିଥିଲେ ଯେ, ୱାହେଗୁରୁଙ୍କ କୃପା ସମସ୍ତଙ୍କ ଉପରେ ରହୁ ଏବଂ ସେବା, ସତ୍ୟ ଏବଂ ସୌହାର୍ଦ୍ଦ୍ୟର ଆଲୋକ ସର୍ବଦା ଆମ ଜୀବନକୁ ମାର୍ଗଦର୍ଶନ କରୁ ।
ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଆଜି ସେ ଗୁରୁ ସାହିବଙ୍କୁ ପ୍ରାର୍ଥନା କରିଛନ୍ତି ଯେ, ରାଜ୍ୟରେ ଅତ୍ୟାଚାର ଏବଂ ନିଶାଦ୍ରବ୍ୟ ସମସ୍ୟା ବିରୋଧରେ ଏକଜୁଟ ହୋଇ ଲଢ଼ିବା ପାଇଁ ପଞ୍ଜାବର ଲୋକଙ୍କୁ ଶକ୍ତି ଦିଅନ୍ତୁ । ଆମକୁ ପଞ୍ଜାବ ଏବଂ ଏହାର ଯୁବକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ହେବ । ଏହି ସଂଗ୍ରାମରେ ସମଗ୍ର ଦେଶ ପଞ୍ଜାବ ସହିତ ଛିଡା ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ନିଶା ମୁକ୍ତ ପଞ୍ଜାବ ଯାତ୍ରା' ରେ ଯୋଗଦେବାକୁ ପଞ୍ଜାବରେ ପହଂଚିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ