ଧାମନଗର ଅବକାରୀ ବିଭାଗ ଦ୍ୱାରା ବ୍ରାଉନ ସୁଗାର (ହିରୋଇନ୍) ଜବତ; ଜଣେ ଗିରଫ
ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ଅଂଚଳରୁ ଅବକାରୀ ପୋଲିସ ଏକ ମାମଲାରେ ନିଶାଦ୍ରବ୍ୟ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାଇ, ଧାମନଗର ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ଆଜି ସକାଳ ୯:୩୦ ସମୟରେ ଅବକାରୀ ପୋଲିସ ପକ୍ଷରୁ ଏ
DHAMNAGAR BRAUNSUGAR SEIZED


ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ଅଂଚଳରୁ ଅବକାରୀ ପୋଲିସ ଏକ ମାମଲାରେ ନିଶାଦ୍ରବ୍ୟ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାଇ, ଧାମନଗର ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ଆଜି ସକାଳ ୯:୩୦ ସମୟରେ ଅବକାରୀ ପୋଲିସ ପକ୍ଷରୁ ଏକ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ଏକ ମାମଲା ନମ୍ବର- ୧୨୮/୨୬-୨୭ କରାଯାଇ ଅଭିଯୁକ୍ତ ଏସ୍.କେ. ସଦାମ ହୋସେନ ଙ୍କ ନିକଟରୁ ମୋଟ ୪୬ ଗ୍ରାମ ଓଜନର ବ୍ରାଉନସୁଗାର (ହିରୋଇନ୍) ଜବତ କରାଯାଇଛି। ଅଭିଯୁକ୍ତଙ୍କୁ କାବୁ କରିବା ସହ ଏନେଇ ଅଧିକ ତନ୍ଦନ୍ତ ଜାରି ରଖିଛି। ଅଂଚଳରେ ନିଶା କାରବାର ବିରୋଧରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି। ଜବତ ବେଳେ ଏକ ବାଇକି ଜବତ କରା ଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande