ଡିୟୁର ଜନାଦେଶ ସମଗ୍ର ଦେଶର ଯୁବମାନଙ୍କ ମନର ପ୍ରତିବିମ୍ବ : ଅମିତ ଶାହ
ନୂଆଦିଲ୍ଲୀ, ୧୯ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନର ଫଳାଫଳକୁ ସମଗ୍ର ଭାରତର ଯୁବମାନଙ୍କ ମନର ପ୍ରତିବିମ୍ବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ, ବରଂ ଏଠାକୁ ଦେଶର ପ
ଡିୟୁର ଜନାଦେଶ ସମଗ୍ର ଦେଶର ଯୁବମାନଙ୍କ ମନର ପ୍ରତିବିମ୍ବ : ଅମିତ ଶାହ


ନୂଆଦିଲ୍ଲୀ, ୧୯ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନର ଫଳାଫଳକୁ ସମଗ୍ର ଭାରତର ଯୁବମାନଙ୍କ ମନର ପ୍ରତିବିମ୍ବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ, ବରଂ ଏଠାକୁ ଦେଶର ପ୍ରତ୍ୟେକ କୋଣରୁ ଛାତ୍ରଛାତ୍ରୀ ପଢ଼ିବାକୁ ଆସନ୍ତି ଏବଂ ତେଣୁ ଏଠାକାର ଜନାଦେଶ ଦେଶର ଯୁବମାନଙ୍କ ଚିନ୍ତାଧାରାକୁ ପ୍ରତିଫଳିତ କରେ।

ଶାହ ଶନିବାର ସୋସିଆଲ ମିଡିଆ ମଂଚ ଏକ୍ସରେ ପୋଷ୍ଟ କରି ଡୁସୁ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଅଭାବିପ)ର ପ୍ରଦର୍ଶନ ପାଇଁ ସଂଗଠନର କାର୍ଯ୍ୟକର୍ତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ବିଜୟ ସେହି ଶକ୍ତିମାନଙ୍କ ପାଇଁ ସ୍ପଷ୍ଟ ବାର୍ତା, ଯେଉଁମାନେ ଯୁବଶକ୍ତିକୁ ରାଷ୍ଟ୍ରବିରୋଧୀ ଏଜେଣ୍ଡାର ପରୀକ୍ଷାଗାର କରିବାକୁ ଚାହୁଁଛନ୍ତି। ଦେଶର ଯୁବମାନେ ‘ରାଷ୍ଟ୍ର ପ୍ରଥମ’ର ବିଚାରଧାରା ସହ ଦୃଢ଼ ଭାବେ ଠିଆ ହୋଇଛନ୍ତି।

ଅନ୍ୟ ଏକ ପୋଷ୍ଟରେ ଗୃହମନ୍ତ୍ରୀ କହିଛନ୍ତି ଯେ ଡୁସୁ ନିର୍ବାଚନରେ ଅଭାବିପର ବିଜୟ ପରିଷଦର ‘ରାଷ୍ଟ୍ର ପ୍ରଥମ’ର ବିଚାରଧାରା ଏବଂ ଛାତ୍ରହିତ ପ୍ରତି ତାହାର ସମର୍ପଣ ଉପରେ ଯୁବମାନଙ୍କ ଭରସାକୁ ଦର୍ଶାଏ। ସେ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ପରିଷଦର କାର୍ଯ୍ୟକର୍ତାମାନେ ଏହି ବିଜୟରୁ ମିଳିଥିବା ନୂଆ ଶକ୍ତି ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଚାଲି ଛାତ୍ରହିତ ଏବଂ ରାଷ୍ଟ୍ର ନିର୍ମାଣର କାର୍ଯ୍ୟକୁ ଆଗକୁ ବଢ଼ାଇ ଚାଲିବେ।

ଡୁସୁ ନିର୍ବାଚନରେ ଏବିଭିପି ଚାରିଟି କେନ୍ଦ୍ରୀୟ ପଦ ମଧ୍ୟରୁ ତିନୋଟିରେ ବିଜୟ ହାସଲ କରିଛି। ୟଶ ଡବାସ ଅଧ୍ୟକ୍ଷ, ରିୟା ଛାୱଡ଼ୀ ସଚିବ ଏବଂ ଲକ୍ଷ୍ୟରାଜ ସିଂହ ଯୁଗ୍ମ ସଚିବ ନିର୍ବାଚିତ ହୋଇଛନ୍ତି। ସେହିପରି, ଉପାଧ୍ୟକ୍ଷ ପଦରେ ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୌକୀନ ବିଜୟ ହାସଲ କରିଛନ୍ତି। ସେ ପୂର୍ବରୁ ଏନଏସୟୁଆଇ ସହ ଜଡ଼ିତ ଥିଲେ।

ଅଧ୍ୟକ୍ଷ ପଦରେ ଯଶ ଡବାସଙ୍କୁ ୨୪,୫୭୬ ଭୋଟ ମିଳିଥିବାବେଳେ ଏନଏସୟୁଆଇର ବିଜୟ ଶଙ୍କର ମୀଣାଙ୍କୁ ୨୨,୫୨୩ ଭୋଟ ମିଳିଛି। ଏହି ନିର୍ବାଚନରେ ଅଭାବିପ କେନ୍ଦ୍ରୀୟ ପ୍ୟାନେଲର ତିନୋଟି ପଦ ହାସଲ କରିଥିବାବେଳେ ଏନଏସୟୁଆଇ କୌଣସି କେନ୍ଦ୍ରୀୟ ପଦରେ ବିଜୟ ହାସଲ କରିପାରିନାହିଁ।

-----------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande