
କେନ୍ଦ୍ରାପଡା, ୧୯ ସେପ୍ଟେମ୍ବର (ହି.ସ.)- କେନ୍ଦ୍ରପଡ଼ା ଆମ୍ ଆଦମୀ ପାର୍ଟି ତରଫରୁ ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ବାରୁଅ ଗ୍ରାମପଞ୍ଚାୟତରେ ହୋଇଥିବା 'ପ୍ରୟାସ' କାର୍ଯ୍ୟକ୍ରମରେ ମଧୁ ବାବୁ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ବ୍ୟକ୍ତି ବିଶେଷମାନଙ୍କ ଅଭିଯୋଗ ପତ୍ର ମାଧ୍ୟମରେ ଉପଜିଲ୍ଲାପାଳ ଶ୍ରୀ ନାୟକଙ୍କୁ ଅବଗତ କରାଯାଇଥିଲା। ସେ ଏ ସମ୍ପର୍କିତ ବିଷୟରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଶୀଘ୍ର ବିହିତ ପଦକ୍ଷେପ ନେବା ପାଇଁ ଆଶ୍ୱାସନା ଦେଇଥିଲେ।
ଏଥିରେ କେନ୍ଦ୍ରପଡ଼ା ଆମ୍ ଆଦମୀ ପାର୍ଟିର ଯୁବ ସଭାପତି ସତ୍ୟରଞ୍ଜନ ପରିଡ଼ା, ଯୁବ ସମ୍ପାଦକ ମହମ୍ମଦ ସାହିଲ ଫୈଜାଲ୍, ଯୁବ ସଂଗଠକ ସରୋଜ ଦେଉରୀ, ମହମ୍ମଦ ଇସ୍ମାଇଲ ଓ ଜାହିଦୂର୍ ରହେମାନ୍ ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି