
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯାଜପୁର ଜିଲ୍ଲାର ଲଳିତଗିରିସ୍ଥିତ ପୁରାତତ୍ତ୍ୱ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି।
ଶ୍ରୀ ପ୍ରଧାନ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଦ୍ୱାରା ପରିଚାଳିତ ଏହି ସଂଗ୍ରହାଳୟ ଓଡ଼ିଶାର ସମୃଦ୍ଧ ବୌଦ୍ଧ ଐତିହ୍ୟ ଓ ଇତିହାସର ଏକ ଅନନ୍ୟ ନିଦର୍ଶନ।
ଲଳିତଗିରିର ପ୍ରାଚୀନ କୀର୍ତ୍ତିରାଜି ଓ ସାଂସ୍କୃତିକ ଐତିହ୍ୟ ଓଡ଼ିଶା ସମେତ ପ୍ରତ୍ୟେକ ଓଡ଼ିଆ ଓ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ