ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହ
District level sanskrit day observed
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହ


ଝାରସୁଗୁଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ଜିଲ୍ଲା ସଂସ୍କୃତ ଶିକ୍ଷକ ମହାସଂଘ ତରଫରୁ ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ସମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ଉପସ୍ଥିତ ରହି ସଂସ୍କୃତ ହେଉଛି ପରିବାର ସ୍ତରରୁ ଆରମ୍ଭ ହୋଇ ବିଶ୍ୱ ସ୍ତରୀୟ ଭାଷା ଭାବରେ ପରିଗଣିତ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ରୂପରେ ପୁରୀସ୍ଥିତ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର୍ ରମାକାନ୍ତ ସା ସଂସ୍କୃତର ମହାନତା ବିଷୟରେ ଆଲୋକପାତ କରିଥିଲେ। ବିଶିଷ୍ଟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ, ଝାରସୁଗୁଡ଼ା ଡ଼. ରାଧାକାନ୍ତ ଗଡତିଆ ଉପସ୍ଥିତ ରହି ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ସ୍ତରରେ ସଂସ୍କୃତର ସମ୍ଭାଷଣ ବର୍ଦ୍ଧନ ପାଇଁ ଉପଦେଶ ଦେଇଥିଲେ। ତତ୍ପରେ ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘର ସଭାପତି ଡ଼. ଭାବଗ୍ରାହୀ ଦାଶ ସଂସ୍କୃତର ମହାନତା ଉପରେ ମତ ରଖିଥିଲେ।

ସଭା ଆରମ୍ଭରେ ଶିକ୍ଷକ ସୁବଳ କୁମାର ମିଶ୍ର ମନ୍ତ୍ରପାଠ କରିଥିବା ବେଳେ ଗଦାଧର ପ୍ରଧାନ ଓ ବିନୀତା ପ୍ରଧାନ ମଞ୍ଚ ସଂଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷରେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ କଳ୍ପନା ପଟେଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ଭାରତୀ ପ୍ରଧାନ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ଭାବରେ ସୁଶିଲ କୁମାର୍ ସାହୁ ସଂଘକୁ ସୁଭାଶିଷ ପ୍ରଦାନ କରିଥିବା ବେଳେ ସମ୍ପାଦକ କୌଶିକ ବେହେରାଙ୍କ ପ୍ରରୋଚନାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଳା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ ସହଯୋଗ ପ୍ରଦାନ କରିଥିବାବେଳେ ଶିକ୍ଷକ ବିଜୟ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande