
ଖୋର୍ଦ୍ଧା, 19 ସେପ୍ଟେମ୍ବର (ହି.ସ.) ଡ୍ରାଇଭର ଆତ୍ମସମ୍ମାନ ଦିବସ’” ଉପଲକ୍ଷେ ସେପ୍ଟେମ୍ବର ୧୭ ତାରିଖରୁ ଭାରତ ସ୍କାଉଟସ୍ ଟସ୍ ଏବଂ ଗାଇଡସ୍ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଏହି ଦିବସ ଉପଲକ୍ଷେ ସମଗ୍ର ଭାରତ ବର୍ଷରେ ବିଭିନ୍ନ ଗାଡି ଚାଳକମାନଙ୍କୁ ସମ୍ମାନୀତ କରିବା ବା ସହିତ ରାସ୍ତାରେ ଗାଡି ଚଳାଇବା ସମୟରେ ସତର୍କତା କେତେ ଜରୁରୀ ସେଥୂପାଇଁ ଡ୍ରାଇଭରମାନଙ୍କୁ ବିଭିନ୍ନ ସଚେତନତା ବିଷୟରେ ଅବଗତ କରାଇବା ସହିତ ରାସ୍ତାରେ ପ୍ରଚାର ପତ୍ର ଦେଇ ସଚେତନ କରୁଛି । ସ୍କାଉଟସ୍ ଏବଂ ଗାଇଡସ୍ ମାନଙ୍କର ଏହିଭଳି ଜନହିତକର କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିବାରେ ଲାଗିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ