ବେଦାନ୍ତ ଆଲୁମିନିୟମର ଗଣେଶ ପୂଜା ଇକୋ ଫ୍ରେଣ୍ଡଲି ମୂର୍ତ୍ତି, ମହିଳାଙ୍କ ହାତରେ ରୋଜଗାର
Eco friendly image by ladies
ବେଦାନ୍ତ ଆଲୁମିନିୟମର ଗଣେଶ ପୂଜା ଇକୋ ଫ୍ରେଣ୍ଡ୍ଲି ମୂର୍ତ୍ତି, ମହିଳାଙ୍କ


ଝାରସୁଗୁଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ବେଦାନ୍ତ ଆଲୁମିନିୟମ ପକ୍ଷରୁ ଗଣେଶ ପୂଜା ପାଳିତ ହୋଇଛି। ପରିବେଶ ଅନୁକୂଳ ମାଟିରେ ନିର୍ମିତ ଗଣେଶ ମୂର୍ତ୍ତି ଗୁଡ଼ିକୁ ଝାରସୁଗୁଡ଼ାର ଶୁଭଲକ୍ଷ୍ମୀ ସମବାୟ ସମିତିର ମହିଳା କାରିଗରମାନେ ତିଆରି କରିଥିଲେ। ଏହା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ମାଟି କଳାର ସୁରକ୍ଷା ସହ ଗ୍ରାମୀଣ ମହିଳାଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟିର ପ୍ରୟାସ କରାଯାଇଛି। ବେଦାନ୍ତ ଆଲୁମିନିୟମର ବେଦମୂର୍ତ୍ତିକା ଟେରାକୋଟା କ୍ଲଷ୍ଟର ବିକାଶ ପଦକ୍ଷେପ ଅଧୀନରେ ଏହି ମୂର୍ତ୍ତି ଗୁଡ଼ିକ ପ୍ରସ୍ତୁତ ହୋଇଥିଲା ।

ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାର ସିଇଓ ଚନ୍ଦୁ କହିଛନ୍ତି ଯେ, ପର୍ବପର୍ବାଣୀ ଆମ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ସମାଜ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାର ସୁଯୋଗ ଦେଇଥାଏ। ଶୁଭଲକ୍ଷ୍ମୀ ଓ ବେଦମୂର୍ତ୍ତିକା ଭଳି ପଦକ୍ଷେପ ମାଧ୍ୟମରେ ପାରମ୍ପରିକ କଳାର ସୁରକ୍ଷା, ଉଦ୍ୟୋଗୀକରଣ ଓ ମହିଳାଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟି ଉପରେ ବେଦାନ୍ତ କମ୍ପାନୀ ଗୁରୁତ୍ଵ ଦେଇ ଆସୁଛି ବୋଲି କହିଛନ୍ତି ସିଇଓ ସି ଚନ୍ଦୁ ।

ଏହି ଅବସରରେ ବେଦାନ୍ତ ଟାଉନସିପ୍ ରେ କର୍ମଚାରୀ ଓ ତାଙ୍କ ପରିବାରବର୍ଗଙ୍କୁ ନେଇ ଗଣେଶ ପୂଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande