ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଶିବିର
Financial Literacy and Financial Inclusion Camp
ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ଶିବିର


ଝାରସୁଗୁଡା, ୧୯ ସେପ୍େଟମ୍ବର (ହି.ସ.) : ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ବିଭାଗ ଆନୁକୁଲ୍ୟରେ ଆଜି ସଂସ୍କାର ପବ୍ଲିକ୍ ସ୍କୁଲ ପରିସରରେ ଏକ ଆର୍ଥିକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୁକ୍ତି କରଣ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷୟିତ୍ରୀ ପ୍ରିୟଙ୍କା ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ଓ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ସୁମନା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହିତ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ। ଝାରସୁଗୁଡା ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ପ୍ରତାପ ଚନ୍ଦ୍ର ଭୋଇ ଭାରତ ସରକାରଙ୍କର ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନା ଏବଂ ପୋଷ୍ଟାଲ ବୀମା ଯୋଜନା ଉପରେ ଆଲୋକପାତ କରିଥିଲେ। ଆର୍ôଥକ ସାକ୍ଷରତା ପରାମର୍ଶଦାତା କୃଷ୍ଣଚନ୍ଦ୍ର ନାୟକ ଚିଟ ଫଣ୍ଡର ଅପକାରିତା ଓ ବ୍ୟାଙ୍କର ବିଭିନ୍ନ ଜମା ଯୋଜନା, ବୀମା ଯୋଜନା ଏବଂ ଋଣ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଇଣ୍ଡିଆନ ପୋଷ୍ଟ ପେମେଂଟ ବ୍ୟାଙ୍କର ବରିଷ୍ଠ ଶାଖା ପରିଚାଳକ ହରିଶ ସଜ୍ଜନାପୁ ସାଇବର ଅପରାଧ ଓ ଭାରତ ସରକାରଙ୍କ ବୀମା ଓ ପେନସନ ଯୋଜନା ବିଷୟରେ ଆଲୋଚନା କରିଥିଲେ । ସଂସ୍କାର ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ କନ୍ଦର୍ପ ସାହୁ ଆର୍ôଥକ ସାକ୍ଷରତାର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ପ୍ରିୟଙ୍କା ପାଇକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସଂଚୟ ଓ ଆର୍ôଥକ ସେବା ବିଭାଗର କର୍ମଚାରୀ ହେମକାନ୍ତ ବାଗ, ଜଗନ୍ନାଥ ରାଉତ ଏବଂ ସଂସ୍କାର ପବ୍ଲିକ୍ ସ୍କୁଲର ବରିଷ୍ଠ ଶିକ୍ଷକ ଜିତେନ୍ଦ୍ର ସୁନା ସହଯୋଗ କରିଥିଲେ।

--------------

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande