ଗୋପାଳପୁର ବେଳାଭୂମିରେ ଆନ୍ତର୍ଜାତୀୟ ସମୁଦ୍ରତଟ ସଫେଇ ଦିବସ ପାଳିତ
ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବ୍ରହ୍ମପୁର ଜୋନାଲ କାର୍ଯ୍ୟାଳୟ ପକ୍ଷରୁ ‘ଆନ୍ତର୍ଜାତୀୟ ସମୁଦ୍ରତଟ ସଫେଇ ଦିବସ-୨୦୨୬’ ପାଳିତ ହୋଇଛି। ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ ବାର୍ତ୍ତା ନେଇ ଆୟୋଜିତ ଏହି ଅଭିଯାନରେ ବେଳ
ଗୋପାଳପୁର ବେଳାଭୂମିରେ ଆନ୍ତର୍ଜାତୀୟ ସମୁଦ୍ରତଟ ସଫେଇ ଦିବସ ପାଳିତ


ଭୁବନେଶ୍ୱର, 19 ସେପ୍ଟେମ୍ବର (ହି.ସ.)ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବ୍ରହ୍ମପୁର ଜୋନାଲ କାର୍ଯ୍ୟାଳୟ ପକ୍ଷରୁ ‘ଆନ୍ତର୍ଜାତୀୟ ସମୁଦ୍ରତଟ ସଫେଇ ଦିବସ-୨୦୨୬’ ପାଳିତ ହୋଇଛି। ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ ବାର୍ତ୍ତା ନେଇ ଆୟୋଜିତ ଏହି ଅଭିଯାନରେ ବେଳାଭୂମି ସଫେଇ ସହ ସାମୁଦ୍ରିକ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ୍ମୁକ୍ତ ସମୁଦ୍ର ଗଠନ ନେଇ ସଚେତନତା ସୃଷ୍ଟି କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବାଣିଜ୍ୟ, ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀ, ସ୍ୱେଚ୍ଛାସେବୀ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସମସ୍ତେ ମିଳିତ ଭାବେ ବେଳାଭୂମି ସଫେଇ କରିବା ସହ ସମୁଦ୍ର ଓ ସାମୁଦ୍ରିକ ପରିବେଶକୁ ପ୍ଲାଷ୍ଟିକ୍ ପ୍ରଦୂଷଣରୁ ସୁରକ୍ଷିତ ରଖିବା ପାଇଁ ଜନସହଭାଗିତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ପ୍ଲାଷ୍ଟିକ୍ର ବ୍ୟବହାର ହ୍ରାସ, ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଏବଂ ସମୁଦ୍ରତଟର ସ୍ୱଚ୍ଛତା ରକ୍ଷା ନେଇ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା। ଏଥିସହ ‘ପ୍ଲାଷ୍ଟିକ୍ମୁକ୍ତ ଖାଦ୍ୟ ମହୋତ୍ସବ’ ମଧ୍ୟ ଆୟୋଜିତ ହୋଇଥିଲା। ସ୍ୱଚ୍ଛ ଓ ସୁସ୍ଥ ସମୁଦ୍ରତଟ ପାଇଁ ସରକାରୀ ସଂସ୍ଥା ସହ ସାଧାରଣ ଲୋକଙ୍କ ସକ୍ରିୟ ସହଭାଗିତା ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande