ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ କ୍ଵିଜ୍ ପ୍ରତିଯୋଗିତା
କେନ୍ଦ୍ରାପଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ଗାନ୍ଧୀ ଆଦର୍ଶ ଓ ବିଚାରଧାରା ସହିତ ଉତ୍ତର ପିଢିଙ୍କୁ ପରିଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ୯ ଗୋଟି ବ୍ଲକ ଓ ୨ ଟି ସହରାଞ୍ଚଳରେ ୫ଟି ଲେଖାଏଁ କରି ମୋଟ ୫୫ଟି ଉଚ୍ଚ ବିଦ୍ୟାଳୟର ପ୍ରାୟ ୨୨୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାନ୍ଧୀ କ୍ଵିଜ୍ ପ୍ରତିଯୋଗିତା ଅନୁଷ୍ଠି
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ କ୍ଵିଜ୍ ପ୍ରତିଯୋଗିତା


କେନ୍ଦ୍ରାପଡ଼ା, ୧୯ ସେପ୍ଟେମ୍ବର (ହି.ସ.)- ଗାନ୍ଧୀ ଆଦର୍ଶ ଓ ବିଚାରଧାରା ସହିତ ଉତ୍ତର ପିଢିଙ୍କୁ ପରିଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ୯ ଗୋଟି ବ୍ଲକ ଓ ୨ ଟି ସହରାଞ୍ଚଳରେ ୫ଟି ଲେଖାଏଁ କରି ମୋଟ ୫୫ଟି ଉଚ୍ଚ ବିଦ୍ୟାଳୟର ପ୍ରାୟ ୨୨୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗାନ୍ଧୀ କ୍ଵିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗାନ୍ଧିଜୀଙ୍କ ହତ୍ୟା ପରେ ଦେଶର ବିଶିଷ୍ଟ ଗାନ୍ଧୀବାଦୀ ନେତାମାନଙ୍କ ଦ୍ଵାରା ଗାନ୍ଧୀ ବିଚାରକୁ ସମଗ୍ର ବିଶ୍ଵରେ ପ୍ରଚାର ପ୍ରସାର କରିବା ନିମନ୍ତେ ଗଠନ କରାଯାଇଥିବା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓଡିଶା ଶାଖା ପକ୍ଷରୁ ସମଗ୍ର ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହେଉଥିବା ଏହି ଲିଖିତ ପ୍ରତିଯୋଗିତା ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା ସଂଗଠିତ କରାଯାଇଥିଲା। ଗୋଟିଏ ଦିନରେ ଓ ଏକ ସମୟରେ ହୋଇଥିବା ଏହି ପ୍ରତିଯୋଗିତାକୁ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳରେ ଅଧ୍ୟାପକ ଅଜୟ ସାମଲ, ରବୀନ୍ଦ୍ର ପ୍ରସାଦ ଜେନା, ଅବଧୂତ ରାଉତ, ଅବନ୍ତୀ ବେହେରା, ଭାଗୀରଥି ଜେନା, ନରୋତ୍ତମ ପାର୍ଥସାରଥୀ, ଅଭିମନ୍ୟୁ ରାଉତ, ଗୋପୀନାଥ ଦାଶ, ମନୋରଞ୍ଜନ ତ୍ରିପାଠୀ, ମହେନ୍ଦ୍ର ପଟ୍ଟନାୟକ, ରାଜେନ୍ଦ୍ର ମହାପାତ୍ର, ସରୋଜକାନ୍ତ ନାୟକ, ବିଷ୍ଣୁପ୍ରିୟା ସାମଲ, ଅଭୟ କୁମାର ସ୍ବାଇଁ, ଦେବାଶିଷ ପ୍ରଧାନ ପ୍ରମୁଖ ସଂଗଠନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।

ପ୍ରତି ବିଦ୍ୟାଳୟରେ ପ୍ରଥମ ତିନିଟି ସ୍ଥାନ ହାସଲ କରିଥିବା ଜିଲ୍ଲାର ପ୍ରାୟ ୧୬୫ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଆସନ୍ତା ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଗାନ୍ଧୀ ଭବନ ସଭାଗୃହରେ ହେବାକୁ ଥିବା ଗାନ୍ଧୀ ଜୟନ୍ତୀ ଉତ୍ସବ ଅବସରରେ ପୁରସ୍କୃତ କରାଯିବ ବୋଲି ସଂଗଠନର ଜିଲ୍ଲା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡା ଓ ସମ୍ପାଦକ ଆଦିକନ୍ଦ ରାଉଳ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande