
ଝାରସୁଗୁଡ଼ା, ୧୯ ସେପ୍ଟେମ୍ବର (ହି.ସ.)- କୋଲାବିରା ଗ୍ରାମ ଗଡଭିତର ସ୍ଥିତ ସିଦ୍ଧି ବିନାୟକ କ୍ଲବର ଗଣେଶ ପୂଜା ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ଆକର୍ଷଣୀୟ ବିସର୍ଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କୋଲାବିରା ବ୍ଲକ ଅଫିସ ପ୍ରାଙ୍ଗଣରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ତେଲେନ ନଦୀରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା l ଆୟୋଜିତ ଭସାଣି ଶୋଭାଯାତ୍ରାରେ ଛତିଶଗଡ ରାଜ୍ୟର ତାରିଣୀ ମେଲୋଡି, ସମ୍ବଲପୁର ବଡରମା ର ଘଣ୍ଟ ବାଦ୍ୟ, ରାଉରକେଲା ଝାଙ୍କି ଗ୍ରୁପର ଗଙ୍ଗା ଆଳତୀ, କାନ୍ତର ଓ ବୁଲିକା ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣୀୟ ହୋଇଥିଲା l କୋଲାବିରା ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଫୋର୍ସ ମୁତୟନ କରାଯାଇଥିଲା l
ଏଥିରେ କ୍ଲବ୍ ର ସଭାପତି ରାହୁଲ ରାଏ, ସମ୍ପାଦକ ଅମନ ଟଣ୍ଡକାର, କୋଷାଧ୍ୟକ୍ଷ ଦୀପକ ରାଏ, ସଭ୍ୟ ଅମର ମିଶ୍ର, ରଜତ ମିଶ୍ର, ସତ୍ୟମ ବଗାର, ପ୍ରୀତମ ବଗାର, ମୁକେଶ ରାଏ, ଅଶୋକ ରାଏ, ରୋଶନ ବେହେରା, ରାଜା ସାହୁ, ମିଶନ ରଣା, ରିକନ ଟଣ୍ଡକାର, କିସନ ଟଣ୍ଡକାର, ନିଲୁ ରାଏ, ସିଲୁ ରାଏ, ରାମେଶ୍ୱର ରାଏ ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ