
ନୂଆପଡ଼ା,୧୯ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ସୀମାନ୍ତ ଇଲାକାରେ ହାତୀ ଉପଦ୍ରବା ଛତିଶଗଡ ପଟୁ ଆସିଛି ହାତୀପଲ । ରାତି ରେ ଆସି ଘାଟମାଲ ଗାଁର କିଛି ଚାଷୀଙ୍କ ଧାନ ଫସଲ ନଷ୍ଟ କରିଛି । ଫଳିଲା ଧାନକୁ ଖାଇବା ସହ ଧାନ ଗଛକୁ ଦଳି ଚକଟି ନଷ୍ଟ କରିଛି । ଜଙ୍ଗଲ କୁ ଲାଗିରହିଥିବା ଧାନ ଚାଷକୁ ବ୍ୟାପକ କ୍ଷତି କରିଛି ହାତୀ । ରାତିରେ ହାତୀ ଆସୁଥିବାରୁ ଗାଁ ଲୋକେ ମଧ୍ୟ ଭୟଭୀତ ଅଛନ୍ତି । ଚାରି ଟି ହାତୀ ଥିବା ଅନୁମାନ କରିଛନ୍ତି ଲୋକେ । ଖବର ପାଇ ବନ ବିଭାଗ ଟିମ ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି । ସେପଟେ ଚାଷୀ କ୍ଷତି ପୂରଣ ପାଇଁ ଦାବୀ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ