ପ୍ରଧାନଶିକ୍ଷକଙ୍କୁ ମୋମେନଟୋ ଓ ପ୍ରମାଣପତ୍ର ପ୍ରଦାନ
ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା କୃଷ୍ଣ ଚରଣ ବିଦ୍ୟା ମନ୍ଦିରର ପ୍ରଧାନଶିକ୍ଷକ ଶରତ କୁମାର ଜେନାଙ୍କୁ ଏହି ବିଦ୍ୟାମନ୍ଦିରର ପୂର୍ବତନ ପ୍ରଧାନଶିକ୍ଷକ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ପଦ୍ମଲୋଚନ ଦାସ ମୋମେଟଂନ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଗତ ୧୭ ତାରିଖ ଏହି ବିଦ୍ୟା
HEADMASTER AWARD PHOTO


ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା କୃଷ୍ଣ ଚରଣ ବିଦ୍ୟା ମନ୍ଦିରର ପ୍ରଧାନଶିକ୍ଷକ ଶରତ କୁମାର ଜେନାଙ୍କୁ ଏହି ବିଦ୍ୟାମନ୍ଦିରର ପୂର୍ବତନ ପ୍ରଧାନଶିକ୍ଷକ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ପଦ୍ମଲୋଚନ ଦାସ ମୋମେଟଂନ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଗତ ୧୭ ତାରିଖ ଏହି ବିଦ୍ୟା ମନ୍ଦିରର ୨୫ ଜଣ ଛାତ୍ରଙ୍କୁ ନେଇ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀଙ୍କ ଜୀବନ ଦର୍ଶନ ନେଇ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାକୁ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ସାହୁ, ମୋହନ କୁମାର ମହାନ୍ତି,ନାରାୟଣ ଚନ୍ଦ୍ର ସାମଲ, ଉପେନ୍ଦ୍ର କୁମାର ବିଶ୍ୱାଳ, ପଚାଂନନ ପୃଷ୍ଟି, କୈଳାସ ଚନ୍ଦ୍ର ଧଳ ପରିଚାଳନା କରିଥିବା ବେଳେ ତିନିଜଣ କୃତି ଛାତ୍ର ପୃଥୀରାଜ ଦାସ, ଟି. ଭେଙ୍କେଟେସ ନାଥ, ନିରଞ୍ଜନ ମାଝୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ଭଦ୍ରକ ଜିଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଚାଲିଥିବାରୁ ୧୮ ତାରିଖରେ ଅନୁଷ୍ଠିତ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀଙ୍କ ସ୍ମୃତିଚାରଣ ସଭାରେ କୃତୀ ଛାତ୍ର ମାନେ ଅନୁପସ୍ଥିତ ଥିôଲେ । ଆଜି ଜୟନ୍ତୀ କମିଟିର ସମ୍ପାଦକ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ତତ୍ୱାବଧାନରେ ପୂର୍ବତନ ପ୍ରଧାନଶିକ୍ଷକ ପଦ୍ମଲୋଚନ ଦାସ ବର୍ତମାନର ପ୍ରଧାନ ଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ପ୍ରମାଣ ପତ୍ର ଓ ମୋମେଟଂନ ପ୍ରଦାନ କରି ଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମିନତୀ ସାହୁ, ମମତା ରାଣୀ ମଲ୍ଲିକ , ସଞ୍ଜୟ କେତନ ଦାସ, ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande